ଭୁବନେଶ୍ବର: ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। ଆଇଏଏସ ଅଧିକାରୀ ମନୀଷ ଅଗ୍ରଓ୍ବାଲଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ। ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ମିଳିଛି ଅତିରିକ୍ତ ଦାୟିତ୍ବ। ସ୍ମୃତି ରଂଜନ ପ୍ରଧାନ ହେଲେ ଷ୍ଟାର୍ଟ ଅଫ୍ ଓଡ଼ିଶାର ସିଇଓ। ସିଦ୍ଧାର୍ଥ ଦାସ ହେଲେ ମତ୍ସ୍ୟ ସମ୍ପଦ ବିଭାଗ ନିର୍ଦ୍ଦେଶକ। ମଧୁସ୍ମିତା ସାହୁ ହେଲେ ଶିକ୍ଷକ ଶିକ୍ଷା ଓ ତାଲିମ ବିଭାଗ ନିର୍ଦ୍ଦେଶକ। ଉପମା କାଲୋଙ୍କୁ ମିଳିଲା ସମ୍ବଲପୁର ଆରଡିସି(ଏନଡି) ଅତିରିକ୍ତ ଦାୟିତ୍ବ। ଲିଲି କୁମାରୀ ସାହୁ ହେଲେ ଅତିରିକ୍ତ ସଚିବ, ପବ୍ଲିକ ଏଣ୍ଟରପ୍ରାଇଜ। ସୋମେଶ ଉପାଧ୍ୟାୟ ହେଲେ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ। -ପ୍ରଥମେଶ ଅରବିନ୍ଦ ରାଜସିର୍କେ ହେଲେ ମାଲକାନଗିରି ଜିଲ୍ଲାପାଳ।
powered by social2s

