ଜୟୀ ରାଜଗୁରୁଙ୍କ ସ୍ମୃତିରେ ଦେଶାତ୍ମବୋଧକ କବିତା ପାଠୋତ୍ସବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : ଉତ୍କଳ ସାହିତ୍ୟ ସମାଜ, କଟକ ଜିଲ୍ଲା ସଂସ୍କୃତି ପରିଷଦ ଓ ଶହୀଦ୍ ଜୟୀ ରାଜଗୁରୁ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଶହୀଦ୍ ଜୟୀ ରାଜଗୁରୁଙ୍କ ବାରବାଟୀ ଅଭିଯାନର ୨୨୩ତମ ସ୍ମାରକୀ ସମାରୋହ ଅବସରରେ ସ୍ୱରାଜ ଆଶ୍ରମ ସଭାକକ୍ଷରେ ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସାହିତ୍ୟ ସମାଜର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଉଦ୍ଘାଟନ କରି କହିଲେ ଯେ, ଶହୀଦ୍ ଜୟୀ ରାଜଗୁରୁଙ୍କ ବୀରତ୍ୱପୂର୍ଣ୍ଣ ସଂଗ୍ରାମ ଓ ଆତ୍ମବଳିଦାନକୁ ଏ ଜାତି ମନେରଖିବା ଆବଶ୍ୟକ । ଏଥିରେ ସ୍ମୃତି ପରିଷଦର ସାଧାରଣ ସଂପାଦକ ଜଟାଧାରୀ ମିଶ୍ର ଓ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଅତିଥି ରୂପେ ଯୋଗଦେଇ ଜୟୀ ରାଜଗୁରୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଉତ୍କଳ ସାହିତ୍ୟ ସମାଜର କାର୍ଯ୍ୟନିର୍ବାହିକା ସମିତି ସଦସ୍ୟା ଡକ୍ଟର ବୈଜୟନ୍ତୀମାଳା ଶତପଥୀ ଓ ଗୀତାଞ୍ଜଳି ପୃଷ୍ଟି କବିତାଗୁଡ଼ିକୁ ସଂଯୋଜନା କରିଥିଲେ । ଅର୍ଦ୍ଧଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲା ବେଳେ ସେମାନଙ୍କୁ ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

powered by social2s