ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଏକାଠି ହେଲେ ସାମ୍ବାଦିକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଟଣୀ:(ଶୁଭେନ୍ଦ୍ର ଶତପଥୀ)ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶ ସୃଷ୍ଟିର ଆବଶ୍ୟକ ଏହି କାର୍ଯ୍ୟକୁ ସାକାର କରିବା ପାଇଁ ଜଟଣୀରେ କାର୍ଯ୍ୟରତ ସାମ୍ୱାଦିକମାନେ ସମାଜ ମଙ୍ଗଳ କାର୍ଯ୍ୟ ପାଇଁ ସୋମବାର ଏକତ୍ରିତ ହୋଇଥିଲେ l ଜଟଣୀ ବ୍ଲକ ଅନ୍ତର୍ଗତ କୁସୁମାଟି ଗ୍ରାମସ୍ଥ ବାବା ଶ୍ରୀଶ୍ରୀ ଗତିଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ପ୍ରେସ କ୍ଳବ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା lବରିଷ୍ଠ ସାମ୍ବାଦିକ ରବି ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ବୈଠକ ରେ ପ୍ରେସ କ୍ଳବର ସଭାପତି ସାମ୍ୱାଦିକ ରବୀନ୍ଦ୍ର କୁମାର ମହାକୁଡ଼ ସଭାପତିତ୍ୱ କରିଥିଲା ବେଳେ ସମ୍ପାଦକ ସୁରେଶ କୁମାର ମହାରଣା ବୈଠକ ପରିଚାଳନା କରିଥିଲେ l ସମାଜର ବିଭିନ୍ନ ସମସ୍ୟାକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା l ପରିବେଶ ସୁରକ୍ଷା ସହିତ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ବୃକ୍ଷ ରୋପଣ କରିବା,ପଲିଥିନ ବର୍ଜନ କରିବା ବୈଠକରେ ଆଲୋଚନା ହୋଇଥିଲା l ଉକ୍ତ ବୈଠକରେ ସାମ୍ବାଦିକ ସଂଗ୍ରାମ କେଶରୀ ହୋତା,ହୃଦାନନ୍ଦ କୋଦମାସିଂ,ଅମରେଶ ରାଉତରାୟ,ଲଳିତ ମହାରଣା,ବିଶ୍ୱଜିତ ସାମନ୍ତରାୟ,ନୀଳାମ୍ବର ମିଶ୍ର,ହରିହର ନାୟକ, ସଂଜୀବ କୁମାର,ଶୁଭେନ୍ଦ୍ର କୁମାର ଶତପଥୀ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ l

powered by social2s