କଲାବିଲା ସାଂସ୍କୃତିକ ପରିଷଦ ପକ୍ଷରୁ କବିତାପାଠ, ଆଲୋଚନାଚକ୍ର ଓ ସମ୍ମାନ ପ୍ରଦାନ ଉତ୍ସବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ‘କଲାବିଲା ସାଂସ୍କୃତିକ ପରିଷଦ’ ପକ୍ଷରୁ ରବିବାର ଅପରାହ୍ଣ ୪ରୁ ରାତି ୯ ମଧ୍ୟରେ ଉତ୍କଳ ସାହିତ୍ୟ ସମାଜର ଶତାବ୍ଦୀ ଭବନରେ କବିତାପାଠ, ଆଲୋଚନାଚକ୍ର ଓ ସମ୍ମାନ ପ୍ରଦାନ ଉତ୍ସବ କରାଯାଇଛି । ପ୍ରଥମେ କବିତା ପାଠୋତ୍ସବ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଉଦ୍ଘାଟନ କରିଥିଲେ । ଏଥିରେ ବିଶିଷ୍ଟ କବି ଡକ୍ଟର ସେନାପତି ପ୍ରଦ୍ୟୁମ୍ନ କେଶରୀ ମୁଖ୍ୟ ଅତିଥି, ବିଶିଷ୍ଟ କବି ଅମିୟ ରଞ୍ଜନ ମହାପାତ୍ର ବରେଣ୍ୟ ଅତିଥି ଓ ବିଶିଷ୍ଟ ଶିକ୍ଷାବିତ୍ ଅକ୍ରୂର ବିଶ୍ୱାଳ ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇଥିଲେ । ୫୦ରୁ ଊର୍ଦ୍ଧ୍ୱ କବି ସ୍ୱରଚିତ କବିତା ଆବୃତ୍ତି କରିଥିବା ବେଳେ ସଂଯୋଜନା କରିଥିଲେ କବି ମନୋରଞ୍ଜନ ପଣ୍ଡା, ରଶ୍ମିତା ନାୟକ, ନମିତା ମହାନ୍ତି ଓ ସସ୍ମିତା ପଟ୍ଟନାୟକ । କବିମାନଙ୍କୁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ‘ସଭ୍ୟ ସମାଜରେ ବିଜ୍ଞାନ ମାନସିକତା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ମହିଳା ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷା ନମିତା ପଣ୍ଡା ପୌରୋହିତ୍ୟ କରିଥିବା ବେଳେ ଭୁବନେଶ୍ୱରସ୍ଥ ସି.ଭି. ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବଂଶୀଧର ମାଝୀ ମୁଖ୍ୟ ଅତିଥି, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ଅମିତ୍ ପ୍ରସାଦ ବୋଷ ବରେଣ୍ୟ ଅତିଥି ଓ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ଅଧିଷ୍ଠାତା ଏକାଦମିକ୍ ଡକ୍ଟର ସଞ୍ଜୟ କୁମାର ପାତ୍ର ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂହଙ୍କୁ ‘ଶ୍ରେଷ୍ଠ ଶିକ୍ଷକ (ଉଚ୍ଚଶିକ୍ଷା) ସମ୍ମାନ’, ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କୁ ‘ବିଶିଷ୍ଟ ବୈଜ୍ଞାନିକ ସମ୍ମାନ’, ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ‘ଅଗ୍ରଣୀ ଉଦ୍ୟୋଗପତି ସମ୍ମାନ’, ପ୍ରମୋଦ ପ୍ରସାଦ ନନ୍ଦଙ୍କୁ ‘ସମ୍ବେଦନଶୀଳ ସମାଜସେବୀ ସମ୍ମାନ’ ଓ ଡକ୍ଟର ଜ୍ଞାନରଞ୍ଜନ ପଣ୍ଡାଙ୍କୁ ‘ଯୁବ ବୈଜ୍ଞାନିକ ସମ୍ମାନ’ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସଭାପତି ଡକ୍ଟର ଗୌରୀଶଙ୍କର ସାହୁ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ଓ ସଂପାଦକ ଆଇନଜୀବୀ ସୌଭାଗ୍ୟ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଆବାହକ ଡାକ୍ତର ପ୍ରଦ୍ୟୋତ କୁମାର ତ୍ରିପାଠୀ, ପରିଚାଳନା ଟ୍ରଷ୍ଟି ବିପ୍ଳବ ସମ୍ବିତ୍ କୁମାର, ସଂଯୋଜକ ଆଇନଜୀବୀ ପ୍ରତାପ କୁମାର ସାହୁ, ସଦସ୍ୟ ଇଂ. ହିମାଂଶୁ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

powered by social2s