ପବିତ୍ର ଶ୍ରୀରାମ ନବମୀ ଦିବସ ଆଜି ସାରା ଦେଶ ରେ, ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପରିବେଶ ଭିତରେ ପାଳନ କରାଯାଉଛି | ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିରେ, ପୁନର୍ବସୁ ନକ୍ଷତ୍ର ରେ ମହାପ୍ରଭୁ ଭଗବାନ ଶ୍ରୀ ରାମଚନ୍ଦ୍ର ଙ୍କ ର ମହା ଆବିର୍ଭାବ ବିଷୟ ରେ ସମଗ୍ର ଦେଶ ବାସି ଶୁଭ ଚିନ୍ତନ କରିଥାନ୍ତି | ତ୍ରେତେୟା ଯୁଗରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ସମ୍ବନ୍ଧରେ ମହର୍ଷି ବାଲ୍ମୀକି ତାଙ୍କ ରଚିତ ମହାକାବ୍ୟ ରାମାୟଣ ରେ ବିଧିବଦ୍ଧ ପୂର୍ବକ ସୁନ୍ଦର ଆଲୋଚନା କରିଛନ୍ତି | ଏହି ଶୁଭ ଦିନରେ ମହାପ୍ରଭୁ ଶ୍ରୀରାମ, ଦେବୀମାତା ସୀତା, ଶ୍ରୀଲକ୍ଷ୍ମଣ ଓ ଶ୍ରୀ ହନୁମାନଙ୍କ ର ବିଶେଷ ପୂଜାର୍ଚ୍ଚନା ହୋଇଥାଏ | ଅଶୋକ ପୁଷ୍ପ, ତୁଳସୀ, କୁଶ, ଘୃତ ଓ ବିଭିନ୍ନ ଫଳାଦି ମାଧ୍ୟମ ରେ ପୂଜା ସମ୍ପନ ହୋଇଥାଏ | ବିଭିନ୍ନ ସ୍ଥାନ ରେ ରାମାୟଣ ପାରାୟଣ କରା ଯାଇଥାଏ | ଶ୍ରୀରାମ ଚରିତ ମାନସ ପାଠ ମଧ୍ୟ୍ୟ କରାଯାଇଥାଏ | ମଙ୍ଗଳ ଆଳତୀ ସମାପନ ପରେ ମନ୍ଦିର ଖୋଲାଯାଏ | ପ୍ରତିଟି ଶ୍ରୀ ରାମ ମନ୍ଦିର ରେ ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇଥାନ୍ତି | ଜୟ ଶ୍ରୀ ରାମ ଧ୍ୱନି ରେ ଗଗନ ପବନ ପ୍ରକମ୍ପିତ ହୋଇଥାଏ | ନଡ଼ିଆ, କଦଳୀ, ଧୂପ-ଦୀପ ସମେତ ବିଭିନ୍ନ କିସମ ର ପୂଜା ସାମଗ୍ରୀ ନେଇ ଶ୍ରଦ୍ଧାଳୁ ମାନେ ନୈବେଦ୍ୟ ଅର୍ପଣ କରି ପ୍ରସାଦ ପାଇଥାନ୍ତି | ଶ୍ରୀରାମ ସଂସ୍କୃତି ଆବହମାନ କାଳରୁ ଶାଶ୍ୱତ ଆଦର୍ଶ ହୋଇ ରହି ଆସିଛି ଏବଂ ଅନନ୍ତ କାଳ ପର୍ଯ୍ୟନ୍ତ ଏହା ଦେଶବାସୀ ଙ୍କ ମାନସ ପଟରେ ଜୀବନ୍ତ ହୋଇ ରହିବ| ପବିତ୍ର ତିଥି ର ଏହି ମହତ୍ୱପୂର୍ଣ୍ଣ ମୁହୂର୍ତ୍ତ ରେ ର୍ମୁଁ ଓ ମୋର ପରିବାର ବର୍ଗ ଆମର ହିତାକାଂକ୍ଷୀ ବନ୍ଧୁ, ସଜ୍ଜନ ବୃନ୍ଦ ଏବଂ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଙ୍କୁ ଶୁଭକାମନା ଓ ଅଭିନନ୍ଦନ ଜଣାଉଛୁ| ଜୟ ଶ୍ରୀରାମ | ଡାକ୍ତର ଜୀବନକୃଷ୍ଣ ମିଶ୍ର।
ପବିତ୍ର ଶ୍ରୀରାମ ନବମୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

