ଭୁବନେଶ୍ୱର: କୋଭିଡ ପଜିଟିଭ ବାହାରିଲେ ଛାନିଆ ହୋଇ ହସ୍ପିଟାଲ ଆସନ୍ତୁନି ବୋଲି କହିଲେ ଓଡିଶା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ ମହାପାତ୍ର। କରୋନା ସ୍ଥିତି ନେଇ ଏକ ପ୍ରେସ ମିଟରେ ମହାପାତ୍ର କହିଛନ୍ତି ଯେ, କେବଳ ଗୁରୁତର କରୋନା ରୋଗୀ ହସ୍ପିଟାଲ ଆସନ୍ତୁ, ସାଧାରଣ କରୋନା ରୋଗୀ ହୋମ୍ ଆଇସୋଲେସନରେ ରୁହନ୍ତୁ। କରୋନା ର ଦ୍ୱିତୀୟ ଲହରୀ ଭାରି ଭୟଙ୍କର। ଦେଶର ସ୍ଥିତି କେଉଁ ଆଡ଼କୁ ଯିବ କେହି ଆକଳନ କରିପାରିବେ ନାହିଁ। ତେଣୁ ସମସ୍ତେ କୋଭିଡ ନିୟମ ପାଳନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ମହାପାତ୍ର ଙ୍କ କହିବା ଅନୁଯାୟୀ, ରାଜ୍ୟରେ ଏବେ ୩୩% ସାଧାରଣ ବେଡ଼, ୬୯% ଆସିୟୁ ବେଡ଼ ଓ ୩୫% ଭେଣ୍ଟିଲେଟର ବ୍ୟବହାର ହୋଇଛି। ରାଜ୍ୟରେ ଅକ୍ସିଜେନ ର ଅଭାବ ହେବନି।
powered by social2s

