ଭୁବନେଶ୍ବର: ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ ଏନ୍ ଡି ଏ ସରକାର ଦ୍ଵାରା ଆଣିଥିବା ନାରୀ ଶକ୍ତି ବିଲ୍ ର ସମର୍ଥନରେ ଏବଂ କଂଗ୍ରେସ ଓ ଇଣ୍ଡି ମେଣ୍ଟ ବିରୁଦ୍ଧରେ, ଶିବସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଦରଣୀୟ ଶ୍ରୀ ଏକନାଥ ଶିନ୍ଦେଙ୍କ ଆଦେଶକ୍ରମେ ଏବଂ ରାଷ୍ଟ୍ରୀୟ ପଦାଧିକାରୀ ମାନନୀୟ ଦିନେଶ ଶିନ୍ଦେ ଓ ଗୁଲାବଚାନ୍ଦ ଦୁବେଙ୍କ ମାର୍ଗଦର୍ଶନରେ ଆଜି ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଶିବସେନା ଓଡ଼ିଶା ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଉକ୍ତ ବିକ୍ଷୋଭ ଶିବସେନା ଓଡ଼ିଶାର ରାଜ୍ୟ ସଭାପତି ମାନନୀୟ ଶ୍ରୀ ରୁଦ୍ରନାରାୟଣ ଜିତ୍ ବାବୁ (ଆଲୋକ)ଙ୍କ ନେତୃତ୍ଵାଧୀନରେ, ରାଜ୍ୟ ଉପସଭାପତି ରାଜେଶ କୁମାର ପଣ୍ଡା, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ନିବେଦନ ସାହୁ, ରାଜ୍ୟ ଆଇଟି ସେଲ ମୁଖିଆ ସିମଞ୍ଚଳ ସାହୁ, ରାଜ୍ୟ ମିଡ଼ିଆ ସେଲ ସଚିବ ସୋନୁ ନିଗମ ମହାନ୍ତି, ଅନ୍ୟ ରାଜ୍ୟ ପଦାଧିକାରୀ ସୁଶିଲ କୁମାର ବୁତୁଡ଼ା, ଅମରେଶ ସାମନ୍ତ ଏବଂ ତ୍ରିଲୋଚନ ଦାସ ଭୁବନେଶ୍ୱର ସହର ସଭାପତି ପ୍ରିୟବ୍ରତ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ଆଶିଷ ବିଶ୍ଵାଳ, ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିପ୍ଳବ ଚୌଧୁରୀ, ଖୋର୍ଦ୍ଧା ଜିଲ୍ଲା ସଚିବ ଅନିଲ ବାବୁ, ନୟାଗଡ଼ ଜିଲ୍ଲା ସଭାପତି ନନ୍ଦନ ପତଙ୍ଗା, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ରାଜେନ୍ଦ୍ର ଜେନା, ଗଞ୍ଜାମ ଜିଲ୍ଲା ଉପସଭାପତି ହରିଶ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମମତା ନାୟକ, ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାପତି ମିନତି ପାତ୍ର ଏବଂ ରାଜ୍ୟ ଅନ୍ୟାନ୍ୟ ଶିବସେନା କାର୍ଯ୍ୟକର୍ତ୍ତା ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିଥିଲେ।
ଭୁବନେଶ୍ବର ରେ ଶିବସେନା ଓଡ଼ିଶା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

