ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଦ୍ୟାଳୟସ୍ତରୀୟ ସାରସ୍ୱତ ପ୍ରତିଯୋଗିତା ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶନିବାର ପୂର୍ବାହ୍ନରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ବିଦ୍ୟାଳୟ-ସ୍ତରୀୟ ସାରସ୍ୱତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲା ବେଳେ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଏହାର ଆଭିମୁଖ୍ୟ ଅବତାରଣା କରିଥିଲେ । ‘ତାରାମଣି କବିତା ଆବୃତ୍ତି ପ୍ରତିଯୋଗିତା’ରେ କବି ସୁଚେତା ନନ୍ଦ ଓ କବି ଶରତ ଚନ୍ଦ୍ର ମହାନ୍ତି ବିଚାରକ ଭାବେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାକୁ କାର୍ଯ୍ୟନିର୍ବାହିକା ସମିତି ସଭ୍ୟା ଡକ୍ଟର ଗାୟତ୍ରୀ ଦେବୀ ପରିଚାଳନା କରିଥିଲେ । ‘ଉତ୍କଳ ଗୌରବ ମଧୁସୂଦନ କବିତା ଆବୃତ୍ତି ପ୍ରତିଯୋଗିତା’ରେ ପ୍ରାଧ୍ୟାପକ ତୁଷାର ପଟ୍ଟନାୟକ ଓ କବି ସୁକାନ୍ତି ମହାନ୍ତି ବିଚାରକ ଥିଲେ । ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ କାର୍ଯ୍ୟନିର୍ବାହିକା ସମିତି ସଭ୍ୟା ମୀରା ବେଉରା । ‘ଗୌରାଙ୍ଗ ଚରଣ ସଂସ୍କୃତ ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା’ରେ ପଣ୍ଡିତ ଅଭୟ କୁମାର ଦାଶ ଓ ପଣ୍ଡିତ ଜିତେନ୍ କୁମାର ଦାଶ ବିଚାରକ ଥିଲେ । ଏହି ପ୍ରତିଯୋଗିତାକୁ କାର୍ଯ୍ୟନିର୍ବାହିକା ସମିତି ସଭ୍ୟା ଗୀତାଞ୍ଜଳି ପୃଷ୍ଟି ପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲା ବେଳେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ-ଅଭିଭାବିକା ମଧ୍ୟ ଉପସ୍ଥିତ ଥିଲେ । ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି ଓ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ କାର୍ଯ୍ୟକ୍ରମର ତତ୍ତ୍ୱାବଧାନ କରିଥିଲେ । ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

powered by social2s