କୋରାପୁଟର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ପ୍ରଥମ ପ୍ରାନ୍ତୀୟ ଅଧିବେଶନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଏବଂ ଭାରତୀୟ ଇତିହାସ ସଂକଳନ ସମିତି, ଓଡ଼ିଶା ପଶ୍ଚିମ ପ୍ରାନ୍ତ ମିଳିତ ସହଯୋଗରେ କୋରାପୁଟର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଦୁଇଦିନ ଧରି ଚାଲିଥିବା ପ୍ରଥମ ପ୍ରାନ୍ତୀୟ ଅଧିବେଶନ ଓ ଜାତୀୟ ସମ୍ପାନ (ବିକଶିତ ଭାରତ ଗଠନ ପରିପ୍ରେକ୍ଷୀରେ ଓଡ଼ିଶାର ସମୃଦ୍ଧ ବନବାସୀ ସଂସ୍କୃତି ଓ ଗୌରବଶାଳୀ ସଂଘର୍ଷର ପରମ୍ପରା) ୧୯.୦୪.୨୦୨୬ (ରବିବାର) ଦିନ ସମରୋପ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପ୍ରଫେସର୍ ଈଶ୍ୱର ଶରଣ ବିଶ୍ଵକର୍ମା, ରାଷ୍ଟ୍ରୀୟ ଅଧ୍ୟକ୍ଷ, ଅଖିଳ ଭାରତୀୟ ଇତିହାସ ସଂକଳନ ଯୋଜନା, ନୂଆ ଦିଲ୍ଲୀ, ପ୍ରଫେସର୍ ଶିବ କୁମାର ମିଶ୍ର, ରାଷ୍ଟ୍ରୀୟ ଜନଜାତି ପ୍ରମୁଖ, ଅଖିଳ ଭାରତୀୟ ଇତିହାସ ସଂକଳନ ଯୋଜନା, ନୂଆଦିଲ୍ଲୀ, ଡ. ଗୋପାଳ ପ୍ରସାଦ ମହାପାତ୍ର, ରାଷ୍ଟ୍ରୀୟ ସଦଭାବନା ପ୍ରମୁଖ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଶ୍ରୀଯୁକ୍ତ ରଘୁରାମ ମାଛ, ମାନ୍ୟବର ବିଧାୟକ, କୋରାପୁଟ, ପ୍ରଫେସର୍ ବିକ୍ରମ କେଶରୀ ମହାପାତ୍ର, ରାଷ୍ଟ୍ରୀୟ ବିଦ୍ୱତ୍ ପରିଷଦ ସଦସ୍ୟ, ଅଖିଳ ଭାରତୀୟ ଇତିହାସ ସଂକଳନ ଯୋଜନା, ନୂଆଦିଲ୍ଲୀ ଉପସ୍ଥିତ ହୋଇ ମାର୍ଗଦର୍ଶନ କରିଥିଲେ l ଡ. ଉମାକାନ୍ତ ପଣ୍ଡା, ସଭାପତି, ଭାରତୀୟ ଇତିହାସ ସଂକଳନ ସମିତି, ଓଡ଼ିଶା ପଶ୍ଚିମ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ପୂର୍ବାହ୍ନ ସତ୍ରରେ ଅନେକ ସୁନାମ ଧନ୍ୟ ବିଶ୍ୱ ବିଦ୍ୟାଳୟ, ମହାବିଦ୍ୟାଳୟ ପ୍ରାଧ୍ୟାପକ,ଅଧ୍ୟାପକ, ଗବେଷକ ମାନଙ୍କ ଦ୍ୱାରା ଓଡିଶା ତଥା କୋରାପୁଟ ଜନଜାତି ମାନଙ୍କର ଖାଦ୍ୟ ପରମ୍ପରା, କଳା ସଂସ୍କୃତି, କୃଷି ପଦ୍ଧତି, ପ୍ରକୃତି ଆଧାରିତ ଜୀବନ ପଦ୍ଧତି ବିଷୟରେ ୨୭ ଟି ରୁ ଉର୍ଧ୍ଵ ପ୍ରବନ୍ଧ ଉପସ୍ଥାପନା କରାଯାଇଥିଲା l ଆଜିର ଉଦଯାପନୀ ଉତ୍ସବ ରେ ମଞ୍ଚାସିନ ଅତିଥିମାନେ ବିଭିନ୍ନ ଉଦାହରଣ ମାଧ୍ୟମରେ ଆମ ଇତିହାସ କୁ କିଭଳି ବିକୃତ କରିବା ସହିତ, ଆମ ଭାରତୀୟ ସମାଜକୁ ବହୁଦା ଭାବରେ ବିଭାଜନ କରିବା ସହିତ ବିଦ୍ବେଷ ର ମଞ୍ଜି ବିପନ କରିବା ସହିତ, ନିଜକୁ ଭାରତୀୟ କହିବାକୁ କୁଣ୍ଠାବୋଧ କରୁଛି l ସେମାନଙ୍କ ଏହି ମିଛ ବିମର୍ଶ ଉଜାଗର ହେଲାଣି, ଆର୍ଯ୍ୟମାନେ ନିଜ ଜନ୍ମମାଟିରେ ବିଦେଶୀ ବୋଲି ମିଛ କାହାଣୀ ଉଜାଗର ହେଲାଣି l ଭାରତୀୟ ହିନ୍ଦୁ ସମାଜ ତାର ଅସ୍ମିତା ପାଇଁ ଗର୍ବ ଅନୁଭବ କଲାଣି l ଡ. ଗୋପାଳ ପ୍ରସାଦ ମହାପାତ୍ର, ଏହି ଦୁଇ ଦିନର ବିଷୟ " ବନବାସୀ ସଂସ୍କୃତି ର ଯୋଗଦାନ :- ସ୍ୱାଧୀନତା ସଂଗ୍ରାମ ଠାରୁ ବିକଶିତ ଭାରତ ରେ ସହାଭାଗିତା ପର୍ଯ୍ୟନ୍ତ " ଉପରେ ମତବ୍ୟକ୍ତ କହିଥିଲେ ଯେ, ବର୍ତ୍ତମାନ ବନବାସୀ ସମାଜ ଅନ୍ୟ ଭାରତୀୟ ସମାଜ ଠାରୁ କୌଣସି ଗୁଣରେ କମ ନୁହେଁ, ବରଂ ଭାରତୀୟ ସଂସ୍କୃତିର ଆଧାର, କାରଣ ଭାରତୀୟ ସଂସ୍କୃତି ହେଉଛି, ଆରଣ୍ୟକ ସଂସ୍କୃତି, ଯାହା ପ୍ରାକୃତିକ ବନ ପ୍ରଦେଶ ରୁ ସୃଷ୍ଟି l ଯେଉଁ ମାନଙ୍କ ଦ୍ୱାର ଏତେ ଏହା ସୃଷ୍ଟି ସେମାନେ ଏହି ସମାଜରୁ ଅଲଗା କିପରି? ଏହା ଏକ ବିଦେଶୀ ଚକ୍ରାନ୍ତ l ସେମାନେ ଆମର ନିଜର ଭାଇ, ବନ୍ଧୁ ପରିଜନ ଅଟନ୍ତି l ଏହି ଯୁକ୍ତି କୁ ଆହୁରି ବଳିଷ୍ଠ କରିଥିଲା, ଶ୍ରୀଯୁକ୍ତ ରଘୁରାମ ମାଛ, ମାନ୍ୟବର ବିଧାୟକ, କୋରାପୁଟ ମତାମତ " ଆମ ବନବାସୀ ସମାଜ ବିଭିନ୍ନ ଅସ୍ତ୍ରଶସ୍ତ୍ର ପୂଜା କରନ୍ତି ଯଥା :- ଧନୁତୀର, ଖଣ୍ଡା, ପର୍ଶୁ, ତ୍ରିଶୁଳ ଯାହା ଭଗବାନ ରାମ, ଶିବ, ଦୁର୍ଗା, ପର୍ଶୁରାମ ଙ୍କର ଅସ୍ତ୍ର ରୂପେ ହିନ୍ଦୁ ସମାଜ ମାନେ, ତାହାମାନେ ଆମେ ମଧ୍ୟ ଏହି ତତ୍ତ୍ୱ କୁ ମାନୁ ଓ ଭାରତୀୟ ସମାଜ ର ଅଭିନ୍ନ ଅଙ୍ଗ ଅଟୁ l ସମସ୍ତ ମଂଚାସୀନ ଅତିଥି ତଥା ଉପସ୍ଥାପିତ ପ୍ରବନ୍ଧ ଉପରୋକ୍ତ ବିଷୟକୁ ସ୍ୱୀକାର କରିଥିଲେ l ଦୁଇ ଦିନର କାର୍ଯ୍ୟକ୍ରମ ସମସ୍ତଙ୍କୁ ସତ୍ୟ ଆଧାରିତ ଇତିହାସ ଲେଖନ ସହିତ ଭାରତୀୟ ସମାଜରୁ ବିଦ୍ବେଷ ଦୁର କରିବାରେ ଲେଖନୀ ଚାଳନା ପାଇଁ ସଂକଳ୍ପ ନେଇଥିଲେ lଏହି କାର୍ଯ୍ୟକ୍ରମକୁ ସମିତି ର କୋଷାଧକ୍ଷା ଶ୍ରୀ ବିଭୁଦତ୍ତ ମହାପାତ୍ର , କବିତାଞ୍ଜଳି ମିଶ୍ର, ଶ୍ରୀ ଅଶ୍ୱିନୀ ପାଣିଗ୍ରାହୀ, ଶ୍ରୀ ଶିବପ୍ରସାଦ ଦାଶ, ପ୍ର. ସୁବାଷ ଚନ୍ଦ୍ର ମିଶ୍ର, ଡ.ସନ୍ତୋଷ ମିତ୍ର, ଡ. ପାରେଶ୍ୱର ସାହୁ, ଡ. ଉମାକାନ୍ତ ମହାରଣା,ଡ. ସୁରତ ଡାକୁଆ, ଗଙ୍ଗାଧର ଦାଶ, ଡ. ରୁଷଭ ସାହୁ ଓ ଶ୍ରୀମତୀ କବିତାଞ୍ଜଳି ମିଶ୍ର,ଶ୍ରୀ ଗିରିଧାରୀ ପାତ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଗୁରୁଜୀ ଓ ଗୁରୁମା ମାନଙ୍କ ଦ୍ୱାରା ସୁନ୍ଦର ଭାବରେ ସମ୍ପାଦନା ହୋଇଥିଲା l

powered by social2s