ଭୁବନେଶ୍ୱର: ଭିନ୍ନ ଭିନ୍ନ ବର୍ଗ ବୟସ୍କଙ୍କ ଲାଗି ଟୀକାକରଣ ସମୟ ନିର୍ଧାରଣ କଲା ଭୁବନେଶ୍ୱର ମୁନିସିପାଲ କର୍ପୋରେସନ।
ସକାଳ ୮ ଟା ରୁ ୧ ଟା ଯାଏଁ ୧୮ ରୁ ୪୪ ବୟସ ର ବ୍ୟକ୍ତିଙ୍କୁ ଦିଆଯିବ ଟୀକା। ୪୫ ବର୍ଷ ରୁ ଉର୍ଦ୍ଧଙ୍କୁ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଯାଏଁ ଟୀକାକରଣ ହେବ।
ଅନଲାଇନ ପଞ୍ଜିକରଣ ପରେ ହିଁ ୧୮ରୁ ୪୪ ବର୍ଷୀୟ ବ୍ୟକ୍ତି ଟୀକା କେନ୍ଦ୍ର କୁ ଆସନ୍ତୁ ବୋଲି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱରରେ ତୃତୀୟ ପ୍ରର୍ଯ୍ୟୟ ଟୀକାଦାନ ପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ ବୁକିଙ୍ଗ। COWIN ପୋର୍ଟାଲରେ ପଞ୍ଜିକରଣ କରି ହେବ। ଲକ୍ଷଣ ପ୍ରକାଶ ପାଇଲେ ବିଳମ୍ବ ନକରି କୋଭିଡ଼ ଟେଷ୍ଟ କରନ୍ତୁ ବୋଲି ଚୌଧୁରୀ। ଭୁବନେଶ୍ୱରବାସୀଙ୍କୁ ନିବେଦନ କରିଛନ୍ତି। ଟେଷ୍ଟଙ୍ଗି ପାଇଁ ଭୁବନେଶ୍ୱରରେ ୨୪ ଟି ସରକାରି କେନ୍ଦ୍ର ଖୋଲାଯାଇଛି ଓ ୧୨ ଟି ଘରୋଇ ସସଂସ୍ଥା ଦ୍ୱାରା ଟେଷ୍ଟ ହେଉଛି ବୋଲି ସେ କହିଛନ୍ତି।
powered by social2s

