ଓଡିଶାରେ ମେ ୫ରୁ ୧୯ ପର୍ଯ୍ୟନ୍ତ ଲକ୍ ଡାଉନ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଓଡିଶାରେ ମେ ୫ରୁ ୧୯ ପର୍ଯ୍ୟନ୍ତ ଲକ୍ ଡାଉନ୍ ଭୁବନେଶ୍ୱର: ସାରା ରାଜ୍ୟରେ ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ ୫ ତାରିଖରୁ ୧୪ ଦିନିଆ ଲକ୍ ଡାଉନ୍ କରାଯିବା ନେଇ ଟୁଇଟ୍ କରି ଜଣାଇଛନ୍ତି ଓଡିଶା ସରକାର। ତେବେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପନିପରିବା କିଣାବିକା କରାଯାଇପାରିବ। ତେବେ ନିଜ ଘର ଠାରୁ ୫୦୦ ମିଟର ବ୍ୟବଧାନରେ ଲୋକମାନେ ଚାଲିଚାଲି ଯାଇ ଏହି କିଣାକିଣି କରିପାରିବେ। ଏହି ଲକ୍ ଡାଉନ୍ ସମୟରେ ଅତ୍ୟାବଶିକୀୟ ସେବା ଓ ସ୍ୱାସ୍ଥ୍ୟ ସେବା ପୂର୍ବ ଭଳି ଜାରି ରହିବ।

ଶନିବାର ଓ ରବିବାର ସାପ୍ତାହାନ୍ତ ସଟଡାଉନ ପୂର୍ବ ଭଳି ରହିବ।

ଟେଲି ମେଡିସନ, ପେଟ୍ରୋଲ ପମ୍ପ, ଗ୍ୟାସ, ଅଟିଏମ, ପୋଷ୍ଟ ଅଫିସ ପରିବା ଓ ମେଡିକାଲ ସେବା ଖୋଲା ରହିବ।

powered by social2s