ଲକ୍ ଡାଉନ୍ ପାଇଁ ଗାଇଡଲାଇନ ଜାରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡିଶାରେ ମେ ୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏହି ସମୟ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ରେ ଅତ୍ୟାବଶିକ ସେବା ଓ ସ୍ୱାସ୍ଥ୍ୟ ସେବା ଛଡା ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ଏଥିରେ ଖାଦ୍ୟ ସାମଗ୍ରୀ ଦୋକାନ, ରେସନ ଦୋକାନ ସହ ସମସ୍ତ ତେଜରାତି ଦୋକାନ ସକାଳ ୬ରୁ ଦିନ ୧୨ ଟା ପର୍ଯ୍ୟନ୍ତ ଖୋଲାଯାଇପାରିବ। ସେହିଭଳି ମାଛ, ମାସଂ ଦୋକାନ ଓ ଖିର ଦୋକାନ ମଧ୍ୟ ଖୋଲାରହିବ। ଏହା ସହ କୃଷି ଜାତି ସାମଗ୍ରୀ ଦୋକାନ, ଫରେଷ୍ଟ୍ରୀ, ଫିସରୀ ଦୋକାନ ସହ ଏମାନଙ୍କ ପରିବହନ ମଧ୍ୟ କରାଯାଇଛି। ଟିକାକରଣ ଓ ଟେଷ୍ଟିଙ୍ଗ ରେ କୌଣସି ପ୍ରତିବନ୍ଦକ ନାହିଁ। ଏଟିମ୍, ପେଟ୍ରୋଲ ପମ୍ପ, ପୋଷ୍ଟ ଅଫିସ ଓ ଟେଲିକମ୍ ସଂସ୍ଥା ଖୋଲା ରହିବ। ହସ୍ପିଟାଲ, ଟେଲି ମେଡିସିନ ଓ ଔଷଧ ଦୋକାନ ଗୁଡିକ ଖୋଲାରହିବ। ଛପା, ବୈଦୁତିକ ଓ ୱବ ଚ୍ୟାନେଲ ଗୁଡିକ ଖୋଲା ରହିବ। ଆମାଜନ୍, ଫ୍ଲିପ କାର୍ଡ, ଜୋମାଟୋ ଭଳି ଡେଲିଭରି ସଂସ୍ଥା ନିଜ କର୍ଯ୍ୟକ୍ରମ ଜାରି ରଖିପାରିବେ। ଏହାସହ ପିପିଲି ନିର୍ବାଚନ ପାଇଁ ଯେଉଁ କାର୍ଯ୍ୟକ୍ରମ ରହିଛି ତାହା ଚାଲୁ ରହିପାରିବ। ସେହିଭଳି ବୃଦ୍ଧାଶ୍ରମ, ସ୍ୱୟଂସହାୟକ ଗୋଷ୍ଠୀ ନିଜ କାର୍ଯ୍ୟକ୍ରମ ସହ ଖୋଲାଯିବ। ବ୍ୟାଙ୍କିଙ୍ଗ ସେବାର ଓ ଏନଜିଓ ମଧ୍ୟ ନିଜ ଏକ ତୃତୀୟାଶଂ କର୍ମଚାରୀ ଙ୍କୁ ନେଇ ଖୋଲାରହିବ। ତେବେ ଏହି ସମୟରେ ସିନେମା ହଲ, ସେଲୁନ, ସ୍ପା ଆଦି ବନ୍ଦ ରହିବ। ଲୋକ ମାନଙ୍କ ଯାତାୟତ କୁ ରୋକ ଲଗାଇବା ପାଇଁ ରାଜ୍ୟରେ ବସ୍ ସେବା ସଂପୂର୍ଣ୍ଣ ବନ୍ଦ ରହିବ। ରାଜ୍ୟରେ ଶନିବାର ଓ ରବିବାର ସଂପୂର୍ଣ୍ଣ ଲକ୍ ଡାଉନ୍ ଜାରି କରାଯାଇଛି।

powered by social2s