ନିଆଁ ଲାଗି ମା' ମୃତ, ୪ ପୁଅ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲିଗୁଡ଼ା: ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲା ଘର। ଗତରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତହସିଲ ଅନ୍ତର୍ଗତ ସୁଡ୍ରା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ନିଆଁ ଲାଗି ପରିବାରର ମା' ଜୀବନ୍ତ ଦଗ୍‌ଧ ହୋଇଥିବା ବେଳେ ୪ ପୁଅ ଆହତ ହୋଇଛନ୍ତି। ଆହତ ୪ ଭାଇଙ୍କ ମଧ୍ୟରୁ ୨ ଜଣଙ୍କୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି। ବିଦ୍ୟୁତ୍‌ ନଥିବାରୁ ଲାଗିଥିବା ମହମବତୀ ସଂସ୍ପର୍ଶରେ ଆସିଥିଲା ସିଲିଣ୍ଡର।

powered by social2s