ବଲାଙ୍ଗୀର ସହର ଓ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବଲାଙ୍ଗୀର: ( ଲୋପାମୁଦ୍ରା ପ୍ରଧାନ): ଆଜି ଭୋର ପ୍ରାୟ ୪ଟା ୪୦ ମିନିଟ ସମୟରେ ବଲାଙ୍ଗୀର ସହର ଓ ଏହାର ଆଖପାଖ ଅଞ୍ଚଳରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ହଠାତ୍ ଘରର ଝରକା ଓ ଆସବାବପତ୍ର ଥରିବାରୁ ଶୋଇଥିବା ଅବସ୍ଥାରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ ଏବଂ ଭୟରେ ଘର ବାହାରକୁ ପଳାଇ ଆସିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଅନୁମାନ ଅନୁସାରେ, ଏହି ଝଟକା କିଛି ସେକେଣ୍ଡ ପର୍ଯ୍ୟନ୍ତ ରହିଥିଲା। ବଲାଙ୍ଗୀର ସାଧାରଣତଃ ଭୂକମ୍ପ ପ୍ରବଣ ଅଞ୍ଚଳ ହୋଇନଥିବାରୁ ଏହି ଘଟଣା ଏବେ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ପଡ଼ୋଶୀ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସମାନ ଭାବେ ମୃଦୁ ଝଟକା ଅନୁଭୂତ ହେଉଥିବାରୁ ଏହା ପଛର ଭୂତାତ୍ତ୍ୱିକ କାରଣ ଉପରେ ଅଧିକ ଗବେଷଣା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

powered by social2s