ଭୁବନେଶ୍ୱର: ଲକଡାଉନ ଅବଧି ସମୟରେ ସକାଳ ୬ରୁ ଦିନ ୧୨ଟା ଯାଏ ସମସ୍ତ ଖାଦ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ। ଓଡ଼ିଶାରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ। ତେଣୁ ଯେତିକି ଦରକାର ସେତିକି କିଣିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ରାଜ୍ୟରେ କୋଭିଡ ସ୍ଥିତି ଓ ଲକଡାଉନ ପୂର୍ବରୁ ଦୋକାନ ରେ ଜନସାଧାରଣଙ୍କ ଅଜଥା ଗହଳି ରୋକିବାକୁ ଏଭଳି ପରାମର୍ଶ ଦେଇଛନ୍ତି ଏସ୍ଆରସି। ସେ କହିଛନ୍ତି ଯେ, ସୋମବାର ରୁ ଶୁକ୍ରବାର ଦିନକୁ ୬ ଘଣ୍ଟା ଦୋକାନ ଖୋଲାରହିବ। ପରିବା, ମାଛ, ମାସଂ, ଅଣ୍ଡା, କ୍ଷୀର ଓ ତେଜରାତି ଆଦି ଦୋକାନ ଶୁକ୍ରବାର ସନ୍ଧ୍ୟା ୬ଟା ରୁ ସୋମବାର ସକାଳ ଯାଏ ବନ୍ଦ ରହିବ। ତେଣୁ ଆଜି ଓ କାଲି ଦୋକାନ ରେ ଗହଳି କରନ୍ତୁ ନାହିଁ।
powered by social2s

