ମାଟ୍ରିକ ପରୀକ୍ଷା ଫଳାଫଳ ଘୋଷଣା, ୫ ଲକ୍ଷ ୧୯ ହଜାର ୨୫୧ ଜଣ ପରୀକ୍ଷାର୍ଥୀ ସଫଳତାର ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର (ଲୋପାମୁଦ୍ରା ପ୍ରଧାନ): ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶନିବାର ଦିନ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମୋଟ ୫ ଲକ୍ଷ ୧୯ ହଜାର ୨୫୧ ଜଣ ପରୀକ୍ଷାର୍ଥୀ ସଫଳତାର ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷାର୍ଥୀଙ୍କ ସଂଖ୍ୟା ଓ ପରିସଂଖ୍ୟାନ ସୂଚନା ଅନୁସାରେ, ଏହି ପରୀକ୍ଷା ପାଇଁ ମୋଟ ୫,୪୪,୬୭୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫,୩୬,୩୦୬ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ରାଜ୍ୟର ପ୍ରାୟ ୩,୦୮୨ଟି କେନ୍ଦ୍ରରେ ଏହି ପରୀକ୍ଷା ପରିଚାଳିତ ହୋଇଥିଲା। ତେବେ ପରୀକ୍ଷା ସମୟରେ ପ୍ରାୟ ୮,୩୬୪ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ଗ୍ରେଡ୍ ଅନୁଯାୟୀ ସଫଳତା ପରୀକ୍ଷା ଫଳାଫଳକୁ ବିଭିନ୍ନ ଗ୍ରେଡ୍‌ରେ ବିଭକ୍ତ କରାଯାଇଛି। ସେଥିମଧ୍ୟରୁ ୨,୪୫୬ ଜଣ ଛାତ୍ରଛାତ୍ରୀ A1 ଗ୍ରେଡ୍ (୯୦-୧୦୦%) ହାସଲ କରିଥିବା ବେଳେ ୧୫,୬୮୧ ଜଣ A2 ଗ୍ରେଡ୍ (୮୦-୮୯%) ପାଇଛନ୍ତି। ସେହିପରି ୪୩,୫୬୫ ଜଣ B1 ଗ୍ରେଡ୍, ୮୬,୧୦୩ ଜଣ B2 ଗ୍ରେଡ୍, ୧,୨୯,୮୧୩ ଜଣ C ଗ୍ରେଡ୍ ଏବଂ ୯୫,୪୮୧ ଜଣ ପରୀକ୍ଷାର୍ଥୀ E ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଛନ୍ତି।

powered by social2s