କଟକ: ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, ଅଭିନେତା ଓ ସଂଗଠକ ଗୋପାଳ ଘୋଷ ଚଳଚ୍ଚିତ୍ର-ଜଗତର କିମ୍ବଦନ୍ତୀ ପୁରୁଷ । ‘ଶ୍ରୀଜଗନ୍ନାଥ’, ‘ଆମରି ଗାଁ ଝୁଅ’, ‘ଶ୍ରୀଲୋକନାଥ’ ପ୍ରଭୃତି ଚଳଚ୍ଚିତ୍ରରେ ନିର୍ମାତା ଓ ଅଭିନେତା ଭାବେ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ଗୋପାଳ ଘୋଷଙ୍କ ତୈଳଚ୍ଚିତ୍ର ଉନ୍ମୋଚନ ଉତ୍ସବରେ ମଞ୍ଚାସୀନ ଅତିଥିମାନେ ମତପ୍ରକାଶ କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କଟକ-ବାରବାଟୀ ବିଧାୟିକା ଇଂ. ସୋଫିଆ ଫିର୍ଦ୍ଦୋସ ଉଦଘାଟିକା, ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ସାହୁ ମୁଖ୍ୟ ଅତିଥି, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ମୁଖ୍ୟବକ୍ତା ଏବଂ ଗୋପାଳ ଘୋଷ ସ୍ମୃତି କମିଟି ସଭାପତି ଡକ୍ଟର ସତ୍ୟ ରାୟ ସମ୍ମାନନୀୟ ବକ୍ତା ଭାବେ ଯୋଗଦେଇ ଗୋପାଳ ଘୋଷଙ୍କ ଜୀବନ ଓ ପ୍ରତିଭାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଗୋପାଳ ଘୋଷ ସ୍ମୃତି କମିଟି ପକ୍ଷରୁ କଳାକାର ସରସ୍ୱତୀ ଦେବୀ, ଡକ୍ଟର କାଳୀ ପ୍ରସାଦ ମିଶ୍ର, ଅମରେନ୍ଦ୍ର ସିଂ ଓ ବିଜୟ କୁମାର ନିଶଙ୍କଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ଉତ୍କଳ ସାହିତ୍ୟ ସମାଜର କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଶିବାଶିଷ କର ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ସ୍ୱାଗତ ଭାଷଣ, ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ଓ ସଂଗଠନ ସଂପାଦକ ଶଶିକାନ୍ତ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ । ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଓ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଆଦିତ୍ୟ ପ୍ରତାପ ଧଳ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଗୋପାଳ ଘୋଷଙ୍କ ଦୁଇ ପୁତ୍ର ବିଶ୍ୱଜିତ୍ ଘୋଷ ଓ ଇନ୍ଦ୍ରଜିତ୍ ଘୋଷଙ୍କ ସମେତ ଶତାଧିକ ସଂସ୍କୃତିପ୍ରେମୀ ଯୋଗଦାନ କରିଥିଲେ ।
ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଗୋପାଳ ଘୋଷଙ୍କ ତୈଳଚିତ୍ର ଉନ୍ମୋଚିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

