'ଓଡିଶାରେ କୋଭିସିଲଡ୍ ଟିକାର ଅଭାବ ଅଛି'

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 

 

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ ଟିକା ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। 

ସେ କହିଛନ୍ତି ଯେ, ରାଜ୍ୟରେ କୋଭିସିଲଡ଼ ଟିକାର ଅଭାବ ଅଛି। ଟିକାକରଣର ଦ୍ୱିତୀୟ ଡୋଜ ଦେବାପାଇଁ କେନ୍ଦ୍ର ସରକାରଙ୍କୁ ୧୫ ଲକ୍ଷ କୋଭିସିଲଡ୍ ଟିକା ମଗାଯାଇଛି। କେନ୍ଦ୍ର ଖୁବ ଶୀଘ୍ର ଏହି ଟିକା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

 

ତେବେ କୋଭାକ୍ସିନ୍ ଟିକା ରାଜ୍ୟରେ ମହଜୁଦ ଅଛି। ତେଣୁ ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ଟିକାର ଅଭାବ ନାହିଁ।

 

ସବୁ ଟିକାକରଣକୁ ଭାରତ ସରକାର ନିୟନ୍ତ୍ରଣ କରୁଛନ୍ତି। 

 

ଏବେ ଦ୍ୱିତୀୟ ଡୋଜ ପାଇଁ ପ୍ରାଥମିକତା ଦିଆଯାଇଛି। ରାଜ୍ୟରେ ପ୍ରାୟ ୬ ଲକ୍ଷ ଲୋକଙ୍କୁ ଟିକାର ୨ୟ ଡୋଜ ଦିଆସରିଲାଣି।

ସରକାର ଲକ୍ ଡାଉନ୍ ର ସପକ୍ଷରେ ନଥିଲେ। କିନ୍ତୁ ପରିସ୍ଥିତି ଏଭଳି ପଦକ୍ଷେପ ପାଇଁ ବାଧ୍ଯ କରିଛି। 

ତେଣୁ ସମସ୍ତେ କୋରନା ନିୟମ ପାଳନ କରନ୍ତୁ, ମାକ୍ସ ପିନ୍ଧନ୍ତୁ, ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।

 

 

powered by social2s