ଭୁବନେଶ୍ୱର: ସାରା ରାଜ୍ୟରେ ଲକ୍ ଡାଉନ୍ ସମୟରେ ଅମାନିଆ ତଥା କୋଭିଡ ନିୟମ ଉଲଂଘନକାରୀଙ୍କ ଠାରୁ ୧୫ କୋଟିରୁ ଅଧିକ ଟଙ୍କା ଫାଇନ୍ ଆଦାୟ କରାଯାଇଛି ବୋଲି ପୁଲିସ ଡିଜି ଅଭୟ ପ୍ରେସମିଟ୍ ରେ କହିଛନ୍ତି।ସେ କହିଛନ୍ତି ଯେ, କିଛି ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି।ମାକ୍ସ ନଥାଇ ଗାଡି ଚାଳନା ପାଇଁ ୬କୋଟି ୩୪ ଲକ୍ଷ ଟଙ୍କା ଆଦାୟ କରାଯାଇଛି।ସେହିଭଳି ସାମାଜିକ ଦୂରତା ନଥାଇ ଓ ଅନାବଶ୍ୟକୀୟ ଗାଡି ଚାଳନା ପାଇଁ ୮ କୋଟି ୨୯ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି।ଏହି ସମୟରେ ୨୧ ହଜାର ୪୦୦ ଗାଡି ଜବତ କରାଯାଇଛି। ୫୫୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।ସେହିଭଳି ୧୬୩୨ ଟି ଅବକାରୀ କେସ୍ ମଧ୍ୟ ରୁଜୁ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।ଓଡିଶା ଫେରୁଥିବା ପ୍ରବାସୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି।ଅଭିଯୋଗ ଜଣାଇବା ପାଇଁ ପ୍ରତି ଥାନାର ଫୋନ ନମ୍ବର ସର୍ବଜନୀନ କରାଯାଇଛି। କେସ୍ ରୁଜୁ ପାଇଁ ଫୋନ କରି ଅଭିଯୋଗ ଜଣାନ୍ତୁ। ପୁଲିସ ଘରକୁ ଯାଇ ଅଭିଯୋଗ ଶୁଣିବ ବୋଲି ସେ କହିଛନ୍ତି।
powered by social2s

