ଖାଦ୍ୟ ସାର୍ବଭୌମତ୍ୱ ପ୍ରତିଷ୍ଠା ପାଇଁ “ଫୁଡ୍ ସିଷ୍ଟମ ଡାଇଲଗ“ କର୍ମଶାଳା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ମଣିଷର ବଞ୍ଚିବା ପାଇଁ ଖାଦ୍ୟ ନିହାତି ଆବଶ୍ୟକ। ବ୍ୟକ୍ତିର ସ୍ୱାଧୀନତା ତଥା ସାର୍ବଭୌମତ୍ୱ ପାଇଁ ଖାଦ୍ୟ ସାର୍ବଭୌମତ୍ୱ ପ୍ରତିଷ୍ଠା ହେବା ନିହାତି ଜରୁରୀ। ଖାଦ୍ୟ ସାର୍ବଭୌମତ୍ୱ କହିଲେ ଆମ ଖାଦ୍ୟ ଉପରେ ଆମ ଅଧିକାର ରହିବା ସହିତ, ଆମେ କଣ ଖାଇବୁ ତାହା ଆମେ ପସନ୍ଦ କରିବୁ, ଆମ ଖାଦ୍ୟ ସ୍ଥାନୀୟ ଅଞ୍ଚଳର ପାଣି, ପବନ ଓ ମାଟିରୁ ଅମଳ ହେଉଥିବ ଏବଂ ଆମ ଖାଦ୍ୟ ଆମ ସଂସ୍କୃତି ଉପଯୋଗୀ ହୋଇଥିବ। ଖାଦ୍ୟ ସାର୍ବଭୌମତ୍ୱ ବିଷୟରେ ବୁଝାମଣା ସ୍ପଷ୍ଟ କରିବା ସହିତ, ବାସ୍ତବରେ ଖାଦ୍ୟ ସାର୍ବଭୌମତ୍ୱ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଆଜି ମେଁ ୩୦ ତାରିଖରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲିଭିଙ୍ଗ ଫାର୍ମସ ଦ୍ୱାରା ଏବଂ ରାଇଟ ଟୁ ଫୁଡ୍ କ୍ୟାମ୍ପେନ, ନ୍ୟାସନାଲ କୋଲିସନ୍ ଫର୍ ନ୍ୟାଚୁରାଲ ଫାର୍ମିଂ, ହ୍ୟାଣ୍ଡସ ଅଫ୍ ତ୍ରାଞ୍ଜିସନ୍, ସକ୍ରାଟସ୍ହୋ, ୟୁଥ୍ ଫର୍ ୱାଟର, ଲିବ ଟେକ୍, ରୂପାୟନ ଆଦି ସହଯୋଗରେ ହୋଟେଲ ଏକ୍ସେଲେନ୍ସି ଠାରେ “ଫୁଡ୍ ସିଷ୍ଟମ ଡାଇଲଗ“ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଆଦିବାସୀ, ସାଧାରଣ ଲୋକ, ବିଶେଷଜ୍ଞ, ବୈଜ୍ଞାନିକ, ଛାତ୍ର, ଗବେଷକ, ଆକ୍ତିଭିଷ୍ଟ, ସାମାଜିକ କର୍ମୀ ଆଦି ଯୋଗ ଦେଇଥିଲେ। କର୍ମଶାଳାକୁ ପ୍ରତ୍ୟେକ ଅଂଶଗ୍ରହଣକାରୀ ନିଜର ଗୋଟିଏ ବସ୍ତୁ ଦାନ ଦେଇଥିଲେ ଓ ଏହି ଭାବରେ ଉଦଘାଟନ କରାଯାଇଥିଲା। ଲିଭିଙ୍ଗ ଫାର୍ମସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଚିତ୍ର ବିଶ୍ଵାଳ କାର୍ଯ୍ୟକ୍ରମ ଆରମ୍ଭରେ କହିଥିଲେ ଯେ, ଖାଦ୍ୟ ସାର୍ବଭୌମତ୍ୱ ପାଇଁ ଲିଭିଙ୍ଗ ଫାର୍ମସ ଅନୁଷ୍ଠାନ ପରିବେଶ ଉପଯୋଗୀ ଚାଷର ପ୍ରୋତ୍ସାହନ , ପ୍ରାକୃତିକ ଉତ୍ସରୁ ମିଳୁଥିବା ଖାଦ୍ୟର ପ୍ରୋତ୍ସାହନ ଓ ପ୍ରାକୃତିକ ସମ୍ବଳ ଉପରେ ଲୋକଙ୍କ ଅଧିକାର ଓ ପରିଚାଳନା, ସରକାରୀ ଯୋଜନା ହାସଲ କରିବା, ବିହନ ଉପରେ ଅଧିକାର ଓ ସାମୂହିକ ଜୀବନ ଶୈଳୀର ପୁନରୁଦ୍ଧାର ମାଧ୍ୟମରେ ଖାଦ୍ୟ ସାର୍ବଭୌମତ୍ୱ ପ୍ରତିଷ୍ଠା ପାଇଁ କାମ କରୁଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଏହି କର୍ମଶାଳା ମାଧ୍ୟମରେ ଖାଦ୍ୟ ସାର୍ବଭୌମତ୍ୱ ପ୍ରତିଷ୍ଠା ଦିଗରେ କିଛି ଜରୁରୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ହେବାର ଉଦ୍ଦେଶ୍ୟ ରହିଛି। କର୍ମଶାଳାରେ ଆଜି ଖାଦ୍ୟ ସାର୍ବଭୌମତ୍ୱ, ସାମୂହିକ ସମ୍ବଳ ଉପରେ ଅଧିକାର, ପରିବେଶ ଉପଯୋଗୀ ଚାଷ ଆଦି ବିଷୟରେ ଆଲୋଚନା ହୋଇଛି। ଆସନ୍ତା ଅଧିବେଶନ ମାନଙ୍କରେ ବଜାରର ଭୂମିକା, ଗଣମାଧ୍ୟମର ଭୂମିକା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହେବ। ଏହି ଦୁଇ ଦିନିଆ କର୍ମଶାଳାରେ ଡକ୍ଟର ଦେବଲ୍ ଦେବ, ଡକ୍ଟର ଶ୍ରୀଚରଣ ବେହେରା, ପ୍ରଫେସର କୁମାରଜିବ ପେଗୁ, ସନ୍ଦୀପ ପଟ୍ଟନାୟକ, ରଞ୍ଜନ ପଣ୍ଡା, ସମିତ୍ ପଣ୍ଡା, ଡକ୍ଟର ବିଜୟିନୀ ମହାନ୍ତି, ଏକାଦଶୀ ନନ୍ଦୀ, ରୋହିତ୍ ପାରଖ, କେ.ଭାବନା, ଗୌରାଙ୍ଗ ମହାପାତ୍ର, ସଙ୍ଗମ ଅଗ୍ରୱାଲ, ଭେରୋନିକା ଡୁଙ୍ଗଦୁଙ୍ଗ, ରୋହିନ କୁମାର, ଅନିଲ ଲିମା, ଶ୍ରୀଧର ବେହେରା, ଡକ୍ଟର ଇମ୍ରାନ, ଅରୁଣ ପ୍ରସାଦ ଦିହୁଡି ଆଦି ଯୋଗଦେଇ ନିଜ ମତ ରଖିବା ସହିତ ଖାଦ୍ୟ ସାର୍ବଭୌମତ୍ୱ ପ୍ରତିଷ୍ଠା ପାଇଁ ଗୁରୁତ୍ୱାରୋପ କରିଥିଲେ। ସ୍ୱାତୀ, ଦାପ୍ତା, ନିର୍ମାଣ, ଫରୱାର୍ଡ, ଏଫ୍. ଇ.ଏସ., ଆଦି ଅନୁଷ୍ଠାନ ଯୋଗବଦେଇଥିଲେ।

powered by social2s