ଭୁବନେଶ୍ଵର: ବିଶିଷ୍ଠ ସମାଜ ସେବୀ ତଥା ପ୍ରସିଦ୍ଧ ପରିବେଶବିତ ପ୍ରଫେସର୍ ରାଧାମୋହନ ଙ୍କର ପଞ୍ଚମ ଶ୍ରାଦ୍ଧ ଦିବସ ଅବସରର ପଦ୍ମଶ୍ରୀ ରାଧାମୋହନ ସ୍ମୃତି କାର୍ଯ୍ୟକ୍ରମ ଭୁବନେଶ୍ଵର ସ୍ଥିତ ଜୟଦେବ୍ ଭବନ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କର ପି.ପି.ଭି.ଏଫ୍.ଅର.ଏ ଅଧକ୍ଷ ଡ଼ଃ ତ୍ରିଲୋଚନ ମହାପାତ୍ର ମୁଖ୍ୟ ଅତିଥି ଏବଂ କର୍ଣ୍ଣାଟକ ର ଜୈବ ବିବିଧତା ସଂରକ୍ଷକ ତଥା ସହଜ ସମୃଦ୍ଧାର ପ୍ରତିଷ୍ଠାତା ମୁଖ୍ୟ ବକ୍ତା ଭାବରେ ଜି. କୃଷ୍ଣ ପ୍ରସାଦ ଯୋଗଦାନ କରିଛନ୍ତି।ଡ଼ଃ ତ୍ରିଲୋଚନ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ବର୍ତମାନ ଜଳବାୟୁ ପରିବର୍ତ୍ତନ ର ମୁକାବିଲା କରିବାକୁ ହେଲେ ଜୈବ ବିବିଧତା ସଂରକ୍ଷଣକୁ ପ୍ରାଧାନ୍ୟ ଦବାକୁ ପଳିବ। ତାଙ୍କ ବକ୍ତବ୍ୟରେ ଡ଼ଃ ତ୍ରିଲୋଚନ ମହାପାତ୍ର ପି.ପି.ଭି.ଏଫ୍.ଅର.ଏ ଦ୍ୱାରା ଜୈବ ବିବିଧତା ପାଇଁ ପ୍ରୋତ୍ସାହନ ଏବଂ ପୁରସ୍କାର ସମ୍ବନ୍ଧରେ ଆଲିକପତ୍ କରିଛନ୍ତି। ଏହି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଜି. କୃଷ୍ଣ ପ୍ରସାଦ ତାଙ୍କ ଅଭିଭାଷଣରେ ଦେଶୀ ବିହନ, ଦେଶୀ ଚାଷ ଯାତ୍ରାରେ ପ୍ରଫେସର ରାଧାମୋହନ ଓ ସମ୍ଭବ ସଂଗଠନର ଗୋଟେ ସୁଦୀର୍ଘ ପ୍ରଭାବ ରହିଥିବା କଥା ଉଲ୍ଲେଖ କରିଥିଲେ l ତାଙ୍କ ସଂଗଠନର ଦେଶୀ ଧାନ ବିହନ ଓ ଚାଉଳ କାର୍ଯ୍ୟକ୍ରମର ଶ୍ରେୟ ସମ୍ଭବ ଓ ପ୍ରଫେସର ରାଧାମୋହନ ଙ୍କୁ ଯାଏ ବୋଲି ସେ କହିଥିଲେ। ଦେଶୀ ବିହନ ତଥା ପାରମ୍ପରିକ ଖାଦ୍ଯ ଶସ୍ୟ ର ସଂରକ୍ଷଣ କାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଆଲୋକପାତ କରିଛନ୍ତି। ବରଗଡ଼ ଜିଲ୍ଲା ଅଧିନସ୍ଥ ଅହିଂସା କ୍ଲବ ର ପ୍ରତିଷ୍ଠାତା ଶିବ ପ୍ରସାଦ ସାହୁ ଙ୍କୁ ତାଙ୍କ ଦୀର୍ଘବର୍ଷ ର ଦେଶୀ ବିହାନ ସଂରକ୍ଷଣ ତଥା ଜୈବ ବିବିଧତା ସଂରକ୍ଷଣ ଏବଂ ପ୍ରାକୃତିକ କୃଷୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଉପଲକ୍ଷେ ପ୍ରଫେସର ରାଧାମୋହନ ନୟାଗଡ଼ ଜିଲ୍ଲାର ୧୭ ଖଣ୍ଡ ଗାଁ କୁ ପ୍ରେରିତ କରି ଜଙ୍ଗଲ ସୃଷ୍ଟି କରିଥିବା କାର୍ଯ୍ୟକୁ ନେଇ କ୍ଷୁଦ୍ର ଚଳଚିତ୍ର 'ପୁନର୍ଜୀବନ' ପ୍ରଦର୍ଶିତ କରାଯାଇଛି | ସମ୍ଭବ ଦ୍ୱାରା ପ୍ରାୟୋଜିତ ଓଲମ୍ପାଇଡ ଅନ ସର୍ଭାଇବଲ୍ ଆଣ୍ଡ ସଷ୍ଟାନବିଲିଟି କାର୍ଯ୍ୟକ୍ରମରେ ବିଜେତା ବିଭିନ୍ନ ସ୍କୁଲ ପିଲମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ବର୍ଷ ତମାମ ରାଜ୍ୟରେ ବୃକ୍ଷ ରୋପଣ କାର୍ଯ୍ୟ ମାଧ୍ୟ୍ୟମରେ ପ୍ରଫେସର ରାଧାମୋହନ ଙ୍କୁ ସବୁଜ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିବାକୁ ଡ଼ ମହମ୍ମଦ ଇମ୍ରାନ ଅଲି ନିଵେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୁରୁ କୃଷ୍ଣ ଚନ୍ଦ୍ର ବରାଳ, ବାଳକୃଷ୍ଣ ଜେନା, ଅମର୍ତ୍ୟ କୁମାର, ଶ୍ୟାମଳୀ ଲେଙ୍କା, ରଞ୍ଜିତା କବି ଯୋଗଦାନ କରି ସଙ୍ଗୀତ ମାଧ୍ୟମରେ ପ୍ରଫେସର ରାଧାମୋହନ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ପଦ୍ମଶ୍ରୀ ସାବରମତୀ, ଡଃ ବିଶ୍ଵଭାରତୀ, ଅମରାବତୀ ଏବଂ ଡା ଶ୍ରଦ୍ଧା ଶତପର୍ବା ପରିଚାଳନା କରିଛନ୍ତି। ଶେଷରେ ଡଃ ପଦ୍ମଶ୍ରୀ ସାବରମତି ଧନ୍ୟବାଦ ଅର୍ପଣ କରିଛନ୍ତି।
ବରଗଡ଼ ଜିଲ୍ଲା ର ଶିବ ପ୍ରସାଦ ସାହୁ ଙ୍କୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

