ଭୁବନେଶ୍ୱର : ଆଜି ଭୁବନେଶ୍ୱର ସହିଦନଗର ସ୍ଥିତ ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ରଜ ମହୋତ୍ସବ ଉଦଘାଟିତ ହୋଇଯାଇଛି I ଏହି ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଭୁବନେଶ୍ଵର ମହାନଗର ନିଗମ ର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ I ଏହି ମହୋତ୍ସବ ୧୨ ଜୁନ ରୁ ୧୬ ଜୁନ ପର୍ଯ୍ୟନ୍ତ ଚାଲିବ, ପ୍ରତିଦିନ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ କୁଇଜ ପ୍ରତିଯୋଗିତା ଓ ଭିନ୍ନ ,ଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ I ଆଜି ମୁଖ୍ୟ ଅତିଥି ଶ୍ରୀମତୀ ଦାସ ସମିତି କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସମସ୍ତଙ୍କୁ ଗଣ ପର୍ବ ରଜ ଉପଲକ୍ଷରେ ଅଭିନନ୍ଦନ ଜ୍ଞାପନ କରିଥିଲେ I ସେ ପ୍ରତ୍ୟକ ଷ୍ଟଲ୍ ବୁଲି ଦେଖିବା ସହିତ ଆମ ଓଡ଼ିଶା ର ପିଠା ଓ ପାନ କିଣି ଥିଲେ I ଏହି କାର୍ଯ୍ୟକ୍ରମ କୁ ସମିତିର ସଭାପତି ଶ୍ରୀ ବିଶ୍ଵ ପ୍ରସାଦ ମହାନ୍ତି ସଭାପତିତ୍ବ କରିଥିଲେ ଓ ସମ୍ପାଦକ ଶ୍ରୀ ହରିଶ ପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ I ସମିତି ର ଉପଦେଷ୍ଟା ଶ୍ରୀ ମନୋରଞ୍ଜନ ଦାସ, ଶ୍ରୀ ଦିଲ୍ଲୀପ କୁମାର ଦାସ, ସୁରେଶ କୁମାର ଦାସ,ଶ୍ରୀ ସୁଧିର କୁମାର ଶତପଥୀ,ଶ୍ରୀ ଚନ୍ଦନ କୁମାର ପାଲିତ କାର୍ଯ୍ୟକାରୀ ସଭାପତି ଶ୍ରୀ ସଚ୍ଚି ନନ୍ଦନ ନାୟକ, କର୍ପୋରେଟର ତଥା ଉପସଭାପତି ଶ୍ରୀ ରାଜକିଶୋର ଦାସ, ଉପସଭାପତି ଶ୍ରୀ ଆଶିଷ ମହାପାତ୍ର, ଅଚ୍ୟୁତ ପ୍ରସାଦ ବେହେରା,କୋଷାଧକ୍ଷ ଶ୍ରୀ ମହେନ୍ଦ୍ର କୁମାର ତ୍ରିପାଠୀ, ସହ କୋଷାଧକ୍ଷ ଶ୍ରୀ ସୁଦର୍ଶନ ସାହୁ, ଯୁଗ୍ମସଂପାଦକ ଶ୍ରୀ ସ୍ମୃତି ରଞ୍ଜନ ଜେନା, ଶ୍ରୀ ସୀତାକାନ୍ତ ମହାପାତ୍ର, ଶ୍ରୀ ଗୋପାଳ ମହାନ୍ତି, ଶ୍ରୀ ରଞ୍ଜନ ମହାପାତ୍ର,ଶ୍ରୀ ଦୀପଂକର ମହାପାତ୍ର ଓ ସବୁ ସଦସ୍ୟ ମାନେ ଉପସ୍ଥିତ ଥିଲେ I
ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ରଜ ମହୋତ୍ସବ ଉଦଘାଟିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

