ଭୁବନେଶ୍ୱର : ସୁବ୍ରତା ସୁଦର୍ଶିନୀ ବେହେରା ଯୁବପିଢ଼ି ଲେଖିକାଙ୍କ ମଧ୍ୟରେ ଖୁବ ପରିଚିତ ନାଁ ଟିଏ I ତାଙ୍କ ନିଜସ୍ୱ ଭାଷା ଶବ୍ଦରେ ଏହି "ଝରା ଫୁଲର ବାସ୍ନା " ଏକ ଅନନ୍ୟ ସୃଷ୍ଟି, ଯାହା ପାଠକୀୟ ମହଲରେ ଏକ ଭିନ୍ନ ସ୍ୱାଦର ରୋମାଞ୍ଚ ଭରିଦେଇଥିବ ବୋଲି ମୋର ଦୃଢ ଆଶା I ବାସ୍ତବିକ ଲେଖିକାଙ୍କ ଚିନ୍ତନଶୀଳ ମାନସ ପଟରୁ ଏହି "ଝରା ଫୁଲର ବାସ୍ନା "ଜନ୍ମିତ"... ସତରେ ଫୁଲଟିଏ ଝରି ଯାଏ ସତ! ହେଲେ ତା' ବାସ୍ନା ହରାଇ ନଥାଏ କିଛିକ୍ଷଣ ପାଇଁ, ଫୁଲ ଗୁଡିକ ପ୍ରକୃତିର ନିୟମକୁ ମଥାପାତି ସମ୍ମାନ ଦେଇ ଧରାପୃଷ୍ଠର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବା ସହିତ ସେମାନଙ୍କ ମୌଳିକ ବାସ୍ନା ରେ ବାଟର ପଥିକଙ୍କୁ ଖୁବ ଆକୃଷ୍ଟ କରିପାରନ୍ତି ଯେମିତି କି "ଶେଫାଳି" ଅନେକ ଝରାଫୁଲ ବାସ୍ନା ଦେବଦମ୍ପତ୍ତି ବା ଦେବତୁଲ୍ୟ ପୂଜାରେ ମଧ୍ୟ୍ୟ ମୌଳିକତା ଗୁଣକୁ ବଜାଇ ରଖିଥାନ୍ତି, ତେଣୁ ଝରା ଫୁଲର ବାସ୍ନା ଅମୂଲ୍ୟ ଅଟେ, ଅମୁଲ୍ୟ ରହିଛି ଓ ରହିବ I ଆମ ସମାଜରେ ନାରୀମାନଙ୍କୁ ଏକ ସୁନ୍ଦର ଫୁଲ ସହିତ ଅନେକ ବରେଣ୍ୟ ଲେଖକ ଓ ଲେଖିକା ଆଜିଯାଏ ତୁଳନାତ୍ମକ ଉଦାହରଣ ରଖିଯାଇଛନ୍ତି I ଯାହାର ମୌଳିକତା ଗୁଣ ଥାଏ, ତାହା କେବେ ସରିନାହିଁ କି ସରେ ନାହିଁ I ଗାଳ୍ପିକା ସୁବ୍ରତା ସୁଦର୍ଶିନୀ ମୋତେ ଏହି ବହିଟିର ସମୀକ୍ଷା କରିବାକୁ ନିମନ୍ତ୍ରଣ କଲେ, ମୁଁ ମଧ୍ୟ ଚାହୁଁଥିଲି । ସମୟ କ୍ରମେ ବହିଟି ମୋ ପାଖରେ ପହଞ୍ଚିଥିଲା, ବହିଟିର ମଲାଟ ଖୁବ ମନଲୋଭା "ଝରା ଫୁଲରେ"ମହକି ଉଠୁଥାଏ I ସୂଚୀପତ୍ରରୁ ଅତି ଚମତ୍କାର ଭାବେ ନାମିତ "ତିରିଶ"ଟି ଗପମଧ୍ୟରୁ ମୋତେ ପ୍ରଗାଢ଼ ଭାବେ ଆପଣେଇ ନେଇଥିଲା ଧୂନୀ, ଦେବୀ ଓ ସାଧକ, ନେପଥ୍ୟ, ଉଲକା, ନିଶିଦ୍ଧ ପୃଥିବୀ, ପବିତ୍ର ପାପ, ସେ ମୁଁ ଓ କୃଷ୍ଣ ଛୁଡା, ଲୁଚକାଳି, ଛାଇ,ପରଝିଅ । ଏହିସବୁ ଗପ ଗୁଡିକୁ ବାଦ ଦେଲେ ଅନ୍ୟ ଗପଗୁଡିକ ମଧ୍ୟ ଖୁବ ମାର୍ମିକ ଭାବରେ ନିଜର ଭାବାବେଗର ରେଖାଂଶରେ ସଜ୍ଜିତ I ମୁଁ ଯେଉଁ ଗପଗୁଡିକ ଏଠାରେ ସୂଚାଇ ଦେଲି, ଜଣେ ଓଡ଼ିଆ ସାହିତ୍ୟକୁ ଅତି ନିକଟରୁ ଭଲ ପାଉଥିବା ସ୍ୱଳ୍ପ ଜ୍ଞାନର ସୀମାରେ ଯାହା ଉପଲବ୍ଧ କରିଛି, ଏହି ଗପ ଗୁଡିକ ପଢିଲା ପରେ ତାହା କେବଳ ଯେ ଉଚ୍ଚକୋଟିର ଗଳ୍ପ କହିଲେ ଅତ୍ୟୁକ୍ତି ହେବନାହିଁ ବରଂ ଏହା ଅତି ମାର୍ମିକ ଚେତନାର ଗଳ୍ପଗୁଚ୍ଛ, ଯେଉଁଠି ମାନବୀୟତାର ସମ୍ପୂର୍ଣ୍ଣ ଛବି ପରିସ୍ପୃଟ, ପ୍ରେମ, ବିରହ, ଦାଇତ୍ୱବୋଧ, ସାମାଜିକ ସ୍ୱୀକୃତି ସହିତ ସମାଜ ଓ ପରିବାରିକ ସମସ୍ୟାର ସମାଧାନର ସୂତ୍ର ଓ ମୂଳମନ୍ତ୍ର ପ୍ରତିଟି ଗଳ୍ପର ଚିତ୍ରଣ ସହିତ ଢେର ରସପୂର୍ଣ୍ଣ ଓ ହୃଦୟସ୍ପର୍ଶୀ I ଗାଳ୍ପିକା ବେହେରାଙ୍କ ପ୍ରତିଟି ଗଳ୍ପରେ ଦୃଶ୍ୟମାନ ହେଉଥିବା ମୁଁ ଯେଉଁ ଗଳ୍ପକୁ ଆପଣେଇ ନେଇଛି ତନ୍ମଧ୍ୟରୁ ପାଇଛି ସୁବ୍ରତା ସୁଦର୍ଶିନୀ ବେହେରା ଙ୍କ ତଲିନ ହୃଦୟର ଭାଷା ଶିଳ୍ପର ସୃଷ୍ଟି, କେଉଁଠି ଝରାଫୁଲର ଖିଲିଖିଲି ହସ ତ, ପୁଣି କେବେ ଝରାଫୁଲର ବାସ୍ନା ଭରା ଆହ୍ୱାନ I ସୁବ୍ରତା ଙ୍କ ଭାବନା ଶୈଳୀର ବ୍ୟକ୍ତ ଏକ ଅନୁଭବୀର କାହାଣୀ ପରି "ଲୁଚକାଳି " ବିଷୟବସ୍ତୁରେ ସେ ଯେମିତି ଶବ୍ଦରେ ବୁଣିଛନ୍ତି ନିତାରା ଏବଂ ନିପୁଣର ହୃଦୟର ଲୁଚକାଳି ଖେଳ। ସେ କୋଉ ଏକ ଗଭୀର ଅନୁକୋଣରେ ଲୁଚି ରହିଥିବା ହୃଦୟର ଅନୁରାଗକୁ ଗୁପ୍ତ ରଖି ବାସ୍ତବ ଜୀବନରେ ପରସ୍ପରକୁ ନାପସନ୍ଦ କରୁଥିବା ସତ୍ୱେ ନେଇ ଯାଇଥିଲେ ଅନ୍ୟ ଏକ ଯାତ୍ରାରେ। ତାହା ଖୁବ୍ ମନମୁଗ୍ଧକର ଓ ଉତ୍କଣ୍ଠାଜନକ I କାହିଁକି ନିତାରା ଶେଷ ମୂହୁର୍ତ୍ତ ରେ ଅନୁଭବ କରିଛି ତା ପ୍ରଥମପ୍ରେମର ସ୍ପର୍ଶ ପାଠକଙ୍କୁ ଭାବପ୍ରବଣ କରିଦେବ।"ଉଲକା " ପରି ତାରା ଖସି ପଡିଥିଲା ଶେଖରର ସେହି ଅସ୍ଥିର ହାତ ଆଞ୍ଜୁଳାରେ I ଓଃ, ମୁଁ କଣ ମାଗିବି ? ତାରାଟିଏ ହୋଇ ତୁମ ଆସିବାକୁ ଅପେକ୍ଷା କରିଥିବି ସବୁରାତିରେ...ଶେଖରର ଦୁର୍ବଳ ଶରୀର ସମୁଦ୍ରର କୋହଲା ପବନରେ ସ୍ଥିରତାକୁ ଆପଣେଇ ନେଉଥିଲା। ତାରା ଶେଖରର ନିରବତାକୁ ସହଜରେ ଗ୍ରହଣ ନକରି ଖୁବ ଚିତ୍କାର କରୁଥିଲା I ତାପରେ ସମାପ୍ତ ହୋଇଯାଇଥିଲା ଏକ ଦିର୍ଘ ସଂଘର୍ଷ।"ପବିତ୍ର ପାପ"ର ଶେଷ ପାଖୁଡ଼ାରେ ସୁରଭି ଆଖିରେ ଲୁହର ବନ୍ୟା ଧୈର୍ଯ୍ୟଚ୍ୟୂତ କରୁଥିଲା । ସୁରଭି କଣ୍ଠରୁଦ୍ଧ ସ୍ୱରରେ ପ୍ରଶ୍ନ କଲା ସଂଜୟଙ୍କୁ ଅନ୍ତତଃ ସୁକନ୍ୟାଦେବୀଙ୍କ ପାଇଁ ସତ କୁହନ୍ତୁ ..ବୃଦ୍ଧଜଣଙ୍କ ଚାଦର ଭିତରୁ କିଛି କାଗଜ ନିମିଷକେ ବଢ଼ାଇଦେଲା ସୁରଭି ହାତକୁ ଏବଂ ଯିବାପାଇଁ ପ୍ରସ୍ତୁତ ହେଲା I ଶେଷ ପଦଟି ଆଶ୍ଚର୍ଯ୍ୟ କରିଥିଲା ମୋତେ ! ଯେ କୌଣସି ପାଠକଙ୍କ ପାଇଁ କିଛି ମୂହୁର୍ତ୍ତ ପାଇଁ ଭିନ୍ନ ଏକ ଦୁନିଆଁରେ ହଜିଯିବାକୁ ଇଛା ହେବ ଆଉ ସ୍ୱତଃ ପ୍ରଶ୍ନ ଆସିବ ଏମିତି ବି ସଂପର୍କ ଥାଏ ?? ଗାଳ୍ପିକା ସୁବ୍ରତା ସୁଦର୍ଶିନୀଙ୍କ କଲମ ଏମିତି କ୍ରିୟାଶୀଳ ହୋଇ ଚାଲୁଥାଉ, ସମାଜକୁ ସେ ତାଙ୍କ ଭାବାବେଗର ଭାଷାକୁ ଶବ୍ଦରେ ଗଢି ଏକରୁ ଅନେକ ପୁସ୍ତକ ପ୍ରସ୍ତୁତ କରନ୍ତୁ I ଏହା ମୋର ମା' ଝଙ୍କଡବାସିନୀଙ୍କ ନିକଟରେ ହୃଦୟଭରା ପ୍ରାର୍ଥନା। ସମୀକ୍ଷକ ହେଲେ ଡ଼ଃ ଶଶଧର ପତି। ପୁସ୍ତକ ଲେଖିଛନ୍ତି ସୁବ୍ରତା ସୁଦର୍ଶିନୀ ବେହେରା। ପ୍ରକାଶକ ଡ଼ଃ ତନ୍ମୟ ପଣ୍ଡା, ଡ଼ଃ ସୁନନ୍ଦା ମିଶ୍ର ପଣ୍ଡା। ବିଦ୍ୟା ପବ୍ଲିଶିଙ୍ଗ୍, ଟରୋଣ୍ଟୋ, କାନାଡ଼ା। ପ୍ରଥମ ସଂସ୍କରଣ - ଏପ୍ରିଲ ୨୦୨୬।
"ଝରା ଫୁଲର ବାସ୍ନା" ପୁସ୍ତକ ସମୀକ୍ଷା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

