ବିଧାୟିକା ସୋଫିଆଙ୍କ ଉତ୍କଳ ସାହିତ୍ୟ ସମାଜ ପରିଦର୍ଶନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : ବାରବାଟୀ-କଟକର ବିଧାୟିକା ସୋଫିଆ ଫିର୍ଦ୍ଦୋସ ଗୁରୁବାର ଅପରାହ୍ଣରେ ଉତ୍କଳ ସାହିତ୍ୟ ସମାଜ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ କାଳରେ ସେ ଉତ୍କଳ ସାହିତ୍ୟ ସମାଜର କର୍ମକର୍ତ୍ତାଙ୍କ ସାହିତ ଏହି ଶତାୟୁ ଅନୁଷ୍ଠାନର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ ଏବଂ ଏହାର ସାମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ବିଧାୟିକାଙ୍କୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହି ଶତାୟୁ ଅନୁଷ୍ଠାନର ଗୌରବମୟ ଇତିହାସ ସଂପର୍କରେ ଅବଗତ କରାଇଥିଲେ। ଐତିହ୍ୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ୧୦୦ ବର୍ଷ ପୂରଣ ହେଉଥିବା ବେଳେ ଏହାର ସୁରକ୍ଷା, ଶତାବ୍ଦୀ ଭବନର ମରାମତି ଓ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଉଥିବା ଅନୁଦାନ ବିଷୟରେ ବିଧାୟିକା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଧାୟିକା କହିଥିଲେ, ଉତ୍କଳ ସାହିତ୍ୟ ସମାଜ ଓଡ଼ିଶାର ଗର୍ବ ଏବଂ ଏହାର ବିକାଶ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଥିଲେ। ବିଧାୟିକାଙ୍କ ସହ ଅନୁଷ୍ଠାନର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ପୂର୍ବତନ ଉପସଭାପତି ସତ୍ୟ ରାୟ, ଉପସଭାପତି ବ୍ରହ୍ମାନନ୍ଦ ବିଶ୍ବାଳ, ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ, ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, କାର୍ଯ୍ୟ ନିର୍ବାହିକା ସମିତି ସଦସ୍ୟା ଡକ୍ଟର ବୈଜୟନ୍ତୀବାଳା ଶତପଥୀ ପ୍ରମୁଖ। ବିଧାୟିକା ଶ୍ରୀରାମଚନ୍ଦ୍ର ଭବନ, ଶତାବ୍ଦୀ ଭବନ, ଉତ୍କଳ ଗୌରବ ମଧୁସୂଦନ ଦାସ ପାଠାଗାର ବୁଲି ଦେଖିଥିଲେ।

powered by social2s