ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଯୋଗ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶାରୀରିକ, ବୌଦ୍ଧିକ, ମାନସିକ ବିକାଶ ପାଇଁ ଯୋଗ ଆବଶ୍ୟକ । ପୃଥିବୀର ସବୁ ଦେଶରେ ଯୋଗ ଦିବସ ପାଳନ କରାଯାଉଛି। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଯୋଗ ଦିବସ ପାଳନ ପାଇଁ ଖୁସି ପ୍ରକଟ କଲେ। ଦୈନଦିନ ଜୀବନରେ ଯୋଗ ଓ ପ୍ରାଣାୟମକୁ ସାମିଲ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ଦୈନିକ ୨୦ରୁ ୩୦ ମିନିଟ୍ ଯୋଗଭ୍ୟାସ କରିବାକୁ ଦେଲେ ପରାମର୍ଶ । ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ରେଡ୍ ରୋଡ୍ ରେ ଆୟୋଜିତ ଯୋଗ ଅଭ୍ୟାସ ଓ ସମାରୋହରେ ହେଲେ ସାମିଲ୍।
powered by social2s

