ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପାଠାଗାର ସଂପର୍କିତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମର ସମାବର୍ତ୍ତନ ଉତ୍ସବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : ଉତ୍କଳ ସାହିତ୍ୟ ସମାଜର ଉତ୍କଳଗୌରବ ମଧୁସୂଦନ ପାଠାଗାର ପକ୍ଷରୁ ୩୫ ଦିନିଆ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମର ସମାବର୍ତ୍ତନ ଉତ୍ସବ ମଙ୍ଗଳବାର ସଂଧ୍ୟାରେ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରିତ କ୍ଷେତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁସାରେ ସଫଳତାର ସହିତ ଇଣ୍ଟର୍ଣ୍ଣସିପ୍ ପାଠ୍ୟକ୍ରମ ସମାପ୍ତ କରିଥିବା ଖ୍ରୀଷ୍ଟ ମହାବିଦ୍ୟାଳୟ ଓ ଇମର୍ତ୍ତି ଦେବୀ ମହିଳା ମହାବିଦ୍ୟାଳୟର ୬୪ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଏହି ଛାତ୍ରଛାତ୍ରୀମାନେ ଉକ୍ତ ପାଠାଗାରରେ ୧୨୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଅତିବାହିତ କରି ପାଠାଗାର ସଂପର୍କିତ ସମସ୍ତ କାର୍ଯ୍ୟ ଉପରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏହି ଉତ୍ସବରେ ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ, ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଡକ୍ଟର ବୈଜୟନ୍ତୀମାଳା ଶତପଥୀ, ଡକ୍ଟର ଧରଣୀଧର ନାଥ, ମୀରା ବେଉରା, ଗୀତାଞ୍ଜଳି ପୃଷ୍ଟି, ଡକ୍ଟର ଆର୍ଯ୍ୟ କୁମାର ହର୍ଷବର୍ଦ୍ଧନ ଓ ଶିବାଶିଷ କର ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଇମର୍ତ୍ତି ଦେବୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ମୌସୁମୀ ରାଉତରାୟ, ଅଧ୍ୟାପିକା ଡକ୍ଟର ଅଶ୍ରୁତା ଜେନା, ଅଧ୍ୟାପିକା ଅପରାଜିତା ମହାନ୍ତି, ଅଧ୍ୟାପିକା ଡକ୍ଟର ଉଷାରାଣୀ ରଥ, ଅଧ୍ୟାପକ ପ୍ରଭୁଦତ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପାଠାଗାରର ପରିଚାଳିକା ରଶ୍ମିରେଖା ସାହୁ ଓ ସହ-ପରିଚାଳିକା ସୁମିତ୍ରା ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ ।

powered by social2s