କଟକ : କଟକ ରେଭେନ୍ସା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପରିସରରେ ଏନ୍ଏସଏସର ପାଞ୍ଚ ଦିନିଆ ରାଜ୍ଯ ସଂହତି ଶିବିର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ମୃଣାଳ କାନ୍ତି ଦାସ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିରଞ୍ଜୀବ ମହାପାତ୍ର ଅତିଥି ପରିଚୟ ଏବଂ ସ୍ୱାଗତ ଅଭିଭାଷଣ ରଖିଥିଲେ। ଏନ୍ଏସଏସର ସଂଯୋଜକ ଡ଼ଃ ବିଶ୍ୱମୋହନ ଜେନା ଶିବିରର ଉଦ୍ଦେଶ୍ୟ ଏବଂ କାର୍ଯ୍ୟସୂଚୀ ସମ୍ବନ୍ଧରେ ସ୍ୱେଚ୍ଛାସେବୀମାନଙ୍କୁ ଅବଗତ କରାଇଥିଲେ। ଏନ୍ଏସଏସ ଯୁବ ଅଧିକାରୀ ଏ ଏସ କବିର ସଭାକୁ ଉଦବୋଧନ ଦେଇଥିଲେ । ଏନ୍ଏସଏସ ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ ଯୋଗ ଓ ବ୍ୟାୟାମର ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମୃଣାଳକାନ୍ତି ଦାସ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ଦିଗରେ ନିଜର ସାମାଜିକ ଦାୟିତ୍ୱ ସମ୍ବନ୍ଧରେ ସଚେତନ ରହିବାକୁ ଅଂଶଗ୍ରହଣକାରୀମାନଙ୍କୁ ଉପଦେଶ ଦେଇଥିଲେ। ସଭା ଶେଷରେ ବିଦ୍ୟାଳୟର ଏନ୍ଏସଏସ ସଂଯୋଜକ ଶିବପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଅଧ୍ୟାପିକା ଗାୟତ୍ରି ମହାନ୍ତି ଏବଂ ସରିତାରାଣୀ ମହାନ୍ତି ସଭା ପରିଚାଳନା କରିଥିଲେ। ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରକାଶ ଥାଉକି ବିଭିନ୍ନ ଜିଲ୍ଲାରୁ ଦୁଇଶହ ଯୁବ ସ୍ୱେଛାସେବୀମାନେ ଶିବିରରେ ଅଂଶଗ୍ରହଣ କରିଛନ୍ତି।
ରେଭେନ୍ସା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପରିସରରେ ଏନ୍ଏସଏସର ପାଞ୍ଚ ଦିନିଆ ରାଜ୍ଯ ସଂହତି ଶିବିର ଉଦଘାଟିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

