କଟକ :କଟକ ରେଭେନ୍ସା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପରିସରରେ ଏନ୍ଏସଏସ ରାଜ୍ଯ ସଂହତି ଶିବିରର ତୃତୀୟଦିନର କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ହୋଇଛି। ପ୍ରାତଃ ସମୟରେ ଯୋଗ ଶିକ୍ଷକ ପ୍ରୀତମ ପ୍ରତ୍ୟୁଷ ବାରିକଙ୍କ ତତ୍ତ୍ୱାବଧାନରେ ଯୋଗ ଓ ବ୍ୟାୟାମ ଅଭ୍ୟାସରୁ ଦିନର କାର୍ଯ୍ୟ ଆରମ୍ଭ ହୋଇଥିଲା। ସକାଳ ଅଧିବେଶନରେ ଏନ୍ଏସଏସର ଷ୍ଟେଟ୍ ନୋଡାଲ ଅଫିସର ଡ଼ଃ ରମେଶ ଚନ୍ଦ୍ର ବେହେରା ସଭାକୁ ଉଦବୋଧନ ଦେଇ ସ୍ବେଚ୍ଛାସେବୀଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଏନ୍ଏସଏସର ସଂଯୋଜକ ଡ଼ଃ ବିଶ୍ୱମୋହନ ଜେନା ଏବଂ ଅଧ୍ୟାପକ ସରୋଜକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ସଡ଼କସୁରକ୍ଷା ବାର୍ତ୍ତା ବହନ କରି ଏକ ଶୋଭାଯାତ୍ରା ଓଡିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ ଯାଏଁ ଯାଇଥିଲା। ଶିବିରର କାର୍ଯ୍ୟସୂଚୀ ଅନୁଯାୟୀ ଶହେଚୌରାନବେ ସ୍ୱେଚ୍ଛାସେବୀ ସଂଗ୍ରହାଳୟ ବୁଲି ଦେଖିଥିଲେ। ଦ୍ୱିତୀୟ ଅଧିବେଶନରେ ତର୍କ ଏବଂ ସ୍ଲୋଗାନ ଲିଖନ ପ୍ରତଯୋଗିତା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ରେଭେନ୍ସା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପରିସରରେ ଏନ୍ଏସଏସ ରାଜ୍ଯ ସଂହତି ଶିବିରର ତୃତୀୟଦିନର କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

