ଭୁବନେଶ୍ୱର : ଓଡ଼ିଶାରେ ଜୁନ୍ ୧ରୁ ଏଯାବତ ୨୬୫.୫ ମିମି ବର୍ଷା ହୋଇଛି। ଏହା ସ୍ବାଭାବିକ ଠାରୁ ୪% ଅଧିକ ବର୍ଷା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି। ରାଜ୍ୟର ୧୧ ଜିଲ୍ଲାରେ ଅଧିକ ବର୍ଷା ଓ ଆଉ ୧୧ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ସୁନ୍ଦରଗଡ଼, ଝାରସୁଗୁଡା, ଦେବଗଡ, ସମ୍ବଲପୁର, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ କମ ବର୍ଷା ହୋଇଛି। କାଲି ପାଇଁ ୭ ଜିଲ୍ଲାକୁ ଅତ୍ୟଧିକ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲା ଗୁଡ଼ିକ ହେଲା ବରଗଡ, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ ଓ ସମ୍ବଲପୁର।
powered by social2s

