କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ପୋଲିସ ଏନ୍କାଉଣ୍ଟରେ ଜଣେ ଚୋରି ଅଭିଯୁକ୍ତ ଆହତ ହୋଇଛି। ଆହତ ଅଭିଯୁକ୍ତର ନାଁ ମହମ୍ମଦ ନାଫିସ।। ସୂଚନା ଅନୁଯାୟୀ, ନାଫିସକୁ ଗତକାଲି ଝାଡ଼ଖଣ୍ଡ ମଝିଗାଁରୁ ଗିରଫ କରାଯାଇଥିଲା। ଚମ୍ପୁଆ ନିକଟ ପତଳା ଜଙ୍ଗଲରେ ଚୋରି ସାମଗ୍ରୀ ଲୁଚାଇଥିବା କଥା ସେ ପୋଲିସକୁ କହିଥିଲା। ସାମଗ୍ରୀ ଉଦ୍ଧାର ପାଇଁ ପୋଲିସ ତାକୁ ଜଙ୍ଗଲକୁ ନେଇଥିବା ବେଳେ ନାଫିସ ପୋଲିସ ଉପରେ ଆକ୍ରମଣ କରିଥିଲା। ଏହାପରେ ଲୁଚାଇ ରଖିଥିବା ବନ୍ଧୁକରୁ ଗୁଳି ଚଳାଇ ଫେରାର ଉଦ୍ୟମ କରିଥିଲା। ଆତ୍ମରକ୍ଷାରେ ପୋଲିସ ପାଲଟା ଗୁଳି ଚଳାଇବାରୁ ନାଫିସ ଆହତ ହୋଇଥିଲା। ତାକୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
powered by social2s

