କୋରାପୁଟ: କୋରାପୁଟ ଜିଲ୍ଲା ,ସେମିଳିଗୁଡା ବ୍ଲକ୍ ର ରଜୁପୁଟ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମୁଖିବିଡ଼ାଇ ରେ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ, ପିତାମାତା, ତଥା ବିଦ୍ୟାଳୟ ପରିଚାଳନା ର ସଭ୍ୟ ସଭ୍ୟା ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଦ୍ୟାଳୟ ରେ ନୂତନ SMC ଗଠନ କରିବା ସହ ଦୁଇଟି ଉପ କମିଟି ବିଦ୍ୟାଳୟ ଗୃହ ନିର୍ମାଣ କମିଟି ଓ ଏକାଦଡେମିକ୍ କମିଟି ଗଠନ। ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ଙ୍କ ଅଧ୍ୟକତା ରେ ଉକ୍ତ ବୈଠକ ପରିଚାଳନା କରାଯାଏ ଥିଲା ମୁଖ୍ୟ ବକ୍ତା ଭାବେ ରାଜପୁଟ ପଞ୍ଚାୟତ ର ସରପଞ୍ଚ ମହୋଦୟ ନିଜ ବାର୍ତ୍ତା ରଖିଥିଲେ ଉପସ୍ଥିତ ଥିବା ସମସ୍ତ ସଭ୍ୟ ସଭ୍ୟା ଙ୍କୁ ଅବଗତ କରାଇଥିଲେ ଯେ , ନୁତନ କେମିଟି ଗଠନ ପରେ ନୂତନ କରି ନିର୍ବାଚିତ ସମସ୍ତ ସଭ୍ୟ ସଭ୍ୟା ନିଜ କାର୍ଯ୍ୟ ଙ୍କୁ ସଠିକ ଭାବେ ତୁଲାଇବା ସହ ବିଦ୍ୟାଳୟ ର ଉନ୍ନତି ସାଧନ ନିମନ୍ତେ ଚେଷ୍ଟା କରିବେ। ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଆନୁଷ୍ଠାନିକ ଭାବେ ସଭା ସାଙ୍ଗ କରାଗଲା।
କୋରାପୁଟ ରଜୁପୁଟ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ପିତାମାତା, ତଥା ବିଦ୍ୟାଳୟ ପରିଚାଳନାର ସଭ୍ୟ ସଭ୍ୟାଙ୍କ ବୈଠକ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

