ଭୁବନେଶ୍ୱର ତା ୧୦.୫.୨୧: ମନମ ଫାଉଣ୍ଡେସନ, ଇଣ୍ଟରନେସନାଲ, ଆନ୍ଧ୍ରପ୍ରଦେଶ, ଭାରତ ତାର ନୂତନ ଓଡ଼ିଶା, ଶାଖାର ଚେୟାରମ୍ୟାନ ଭାବେ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ, ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶାଙ୍କୁ ନିଯୁକ୍ତି ଦେଇଛନ୍ତି, ଓ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ମଧ୍ୟ ପ୍ରଦାନ କରିଛନ୍ତି। ମନମ ଫାଉଣ୍ଡେସନ, ଇଣ୍ଟରନେସନାଲ ଗୋଟେ ISO 9001-2015 ସିକୃତି ପ୍ରାପ୍ତ ପ୍ରତିଷ୍ଠାନ। ଏହାର କାମ ମାନବ, ବରିଷ୍ଠ ନାଗରିକ, ଛୋଟ ପିଲା ଓ ମହିଳାଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବା ସହିତ, ଗରିବ ଲୋକଙ୍କୁ ସାହାଯ୍ୟ ଓ ତାଙ୍କର ଉନ୍ନତି କରିବା ନିମନ୍ତେ କାର୍ଯ୍ୟ କରି ଥାଏ, ଆମକୁ ଏହି ଅନୁଷ୍ଠାନ ର ଓଡ଼ିଶା ଶାଖାର ଚେୟାରମ୍ୟାନ ଭାବେ ନିଯୁକ୍ତି, ଓ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ଦେଇଥିବାରୁ, ଆମେ ପ୍ରତିଷ୍ଠାନ ର ପ୍ରତିଷ୍ଠାତା ଚେୟାରମ୍ୟାନ ଡ. କେ. ଚକ୍ରବ୍ରତି ଙ୍କୁ ବହୁତ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଅନୁଷ୍ଠାନକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାକୁ ଚେଷ୍ଟା ସବୁ ସମୟ ରେ କରିବୁ ବିଲି କହିଛନ୍ତି ନାରାୟଣ ମହାପାତ୍ର, ସମ୍ପାଦକ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱର।
ଶ୍ରୀ ନାରାୟଣ ମହାପାତ୍ର ମନମ ଫାଉଣ୍ଡେସନ ଓଡ଼ିଶା ଶାଖାର ଚେୟାରମ୍ୟାନ ଭାବେ ନିଯୁକ୍ତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

