ଭୁବନେଶ୍ୱର: ଭୁବନେଶ୍ୱରର ସାଲିଆ ସାହି ବସ୍ତିସ୍ଥିତ ମେଫେୟାର ନଗରରେ ସୋସାଇଟି ଫର୍ ନେଚର, ଏଜୁକେସନ୍ ଆଣ୍ଡ୍ ହେଲ୍ଥ (ସ୍ନେହ) ଦ୍ଵାରା ପରିଚାଳିତ ‘ପଦ୍ମା ପାଠାଗାର’ର ୫ମ ପ୍ରତିଷ୍ଠା ଦିବସ ସ୍ନେହର ସଭାପତି ଶ୍ରୀମତୀ ସୁବର୍ଣ୍ଣା ଘୋଷଙ୍କ ସଭାପତିତ୍ୱରେ ପାଳିତ ହୋଇଥିଲା। ପିଲାମାନଙ୍କ ପ୍ରତି ସ୍ୱର୍ଗତା ପଦ୍ମାଙ୍କ ଅଗାଧ ସ୍ନେହ ଓ ଭଲପାଇବାକୁ ସ୍ମରଣ କରି ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବସ୍ତିର ପ୍ରାୟ ୧୦୦ ଜଣ କିଶୋରୀ ଓ ଶିଶୁ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ଲେଖିକା ଶ୍ରୀମତୀ ରଶ୍ମି ସାମଲ ‘ପଦ୍ମା ମହିଳା ପୁସ୍ତକ କ୍ଲବ୍’ର ଆନୁଷ୍ଠାନିକ ଉଦଘାଟନ କରିଥିଲେ। ମହିଳାମାନଙ୍କ ମଧ୍ୟରେ ପାଠପଢ଼ାର ଅଭ୍ୟାସ ବୃଦ୍ଧି, ସାହିତ୍ୟ ଚର୍ଚ୍ଚା, ସାଂସ୍କୃତିକ ଆଦାନ-ପ୍ରଦାନ ଓ ବୌଦ୍ଧିକ ବିକାଶକୁ ପ୍ରୋତ୍ସାହନ ଦେବା ସହ ପରସ୍ପର ସହଯୋଗ ଓ ସମାନତାର ପରିବେଶ ସୃଷ୍ଟି କରିବା ଏହି କ୍ଲବ୍ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଅପରାହ୍ନରେ ମ୍ୟୁଜିକ୍ ଚେୟାର, ପାର୍ସଲ ପାସିଂ ସମେତ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବସ୍ତିର ଯୁବତୀମାନଙ୍କର ଦଳଗତ ସାଂସ୍କୃତିକ ପରିବେଷଣ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା। ପରିଶେଷରେ, ବିଜେତାମାନଙ୍କୁ ପୁରସ୍କୃତ କରି ଅତିଥିମାନେ ପିଲାମାନଙ୍କର ଚିନ୍ତନଶକ୍ତି, ବ୍ୟକ୍ତିତ୍ୱ, ଭାଷାଦକ୍ଷତା ଓ ସୃଜନଶୀଳତାର ବିକାଶରେ ପୁସ୍ତକ ପଠନର ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରେରଣାଦାୟକ କାହାଣୀ ମାଧ୍ୟମରେ ଉପସ୍ଥିତ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।
ଭୁବନେଶ୍ୱରର ସାଲିଆ ସାହି ବସ୍ତିରେ ସ୍ନେହ ଦ୍ଵାରା ପରିଚାଳିତ ‘ପଦ୍ମା ପାଠାଗାର’ର ୫ମ ପ୍ରତିଷ୍ଠା ଦିବସ ପାଳିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

