ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ କର୍ମବୀର ଗୌରୀଶଙ୍କରଙ୍କ ୧୮୮ତମ ଜୟନ୍ତୀ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : ଓଡ଼ିଶାର ସର୍ବାଙ୍ଗୀଣ ଉନ୍ନତିକଳ୍ପେ କର୍ମବୀର ଗୌରୀଶଙ୍କର ରାୟଙ୍କ ଭୂମିକା ଉଲ୍ଲେଖନୀୟ । ‘ଉତ୍କଳ ଦୀପିକା’ ସମ୍ବାଦପତ୍ର ସଂପାଦନା ଓ ପ୍ରକାଶନ ମାଧ୍ୟମରେ ଓଡ଼ିଶାର ସ୍ୱରକୁ ଉଚ୍ଚ-କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇ ରାଜ୍ୟର ଦୁର୍ଦ୍ଦଶା ଦୂର କରିବାରେ ତାଙ୍କର କାର୍ଯ୍ୟଧାରା ତାଙ୍କୁ ମହାନାୟକ ଭାବେ ପ୍ରତିପାଦିତ କରିଥିଲା ବୋଲି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ଗୌରୀଶଙ୍କରଙ୍କ ୧୮୮ତମ ଜୟନ୍ତୀରେ ବକ୍ତାମାନେ ମତପ୍ରକାଶ କରିଥିଲେ । ସେ କର୍ମମୟ ଜୀବନରେ ଓଡ଼ିଆ ଭାଷା-ସାହିତ୍ୟର ସୁରକ୍ଷା, ପ୍ରାଚୀନ ପୋଥିର ସଂପାଦନା ଓ ପ୍ରକାଶନ, ପାଞ୍ଜି ପ୍ରକାଶନ ଆଦି ଅନେକ କାର୍ଯ୍ୟ ସାଧନ କରିଥିଲେ ବୋଲି ସେମାନେ କରିଥିଲେ । ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମବୀର ଗୌରୀଶଙ୍କରଙ୍କ ଜୟନ୍ତୀ ସଭାରେ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲା ବେଳେ ସାରସ୍ୱତ ସ୍ରଷ୍ଟା ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, କଟକ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ସ୍ୱାଗତିକା ବେହେରା, ପ୍ରାଧ୍ୟାପକ ଉମାଶଙ୍କର ମିଶ୍ର, ଶରତ ଚନ୍ଦ୍ର ଦାଶ, ବିଶ୍ୱଜିତ୍ ଘୋଷ, ଅଜିତ୍ କୁମାର ମହାପାତ୍ର, ବିକାଶ ଘୋଷ, ଇନ୍ଦ୍ରଜିତ୍ ଘୋଷ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନ ପରିସରରେ ଥିବା ବରପୁତ୍ରଙ୍କୁ ମାଲ୍ୟାର୍ପଣ କରିବା ସହ ଗୌରୀଶଙ୍କର ରାୟଙ୍କ ସାଧନା ସଂପର୍କରେ ଆଲୋଚନା କରିଥିଲେ ।

powered by social2s