୯ଟି ଅଳଙ୍କାର ଗଣତି ମଣତି ହୋଇଛି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ : ଆଜି ମହାପ୍ରଭୁଙ୍କର ୯ଟି ଅଳଙ୍କାର ଗଣତି ମଣତି ହୋଇଛି ବୋଲି ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ପାଢୀ କହିଛନ୍ତି ଯେ, ସ୍ନାନ ପୂର୍ଣ୍ଣିମାରେ ଯାହା ଓଲାଗି ହୋଇଥିଲା ତାହା ଗଣତି ହୋଇଛି। ଗଣତି ମଣତି କରି ଭଣ୍ଡାର ମେକାପଙ୍କ ଜିମା ଦିଆଯାଇଛି। ବିଶେଷକରି ୩ ବାଡ଼ର ରତ୍ନଖଚିତ ଚିତା, ଶୁଆ ଥଣ୍ଟିଆ, ରୁପା ରସିକ ଗଣତି କରାଯାଇଛି। ଓଜନ ମାପ, ଭିଡିଓଗ୍ରାଫି, ଫଟୋଗ୍ରାଫି, ଥ୍ରି ଡି ମ୍ୟାପିଂ କରାଯାଇଛି। ଖୁସିର କଥା ତାହା ୭୮ ମସିହା ତାଲିକା ସହ ମେଳ ଖାଇଛି। ଝୋବା ଗଣତି ହୋଇପାରି ନାହିଁ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ରହିଛି। ଆଉ ଗୋଟିଏ ସେଟ୍‌ ଝୋବା ଭଣ୍ଡାର ମେକାପଙ୍କ ପାଖରେ ରହିଛି।

powered by social2s