ପୁରୀ : ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ହରିବୋଲ ଓ ହୁଳହୁଳି ଧ୍ୱନିରେ କମ୍ପୁଛି ଶ୍ରୀକ୍ଷେତ୍ର ପୁରୀ। ଶ୍ରୀମନ୍ଦିରକୁ ବାହୁଡ଼ିବେ ଚତୁର୍ଦ୍ଧା ବିଗ୍ରହ। ମହାପ୍ରଭୁଙ୍କ ବାହୁଡ଼ା ଦର୍ଶନ ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର। ଜନ୍ମବେଦିରୁ ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ। ଆଡ଼ପ ମଣ୍ଡପରୁ ଭକ୍ତଙ୍କ ଗହଣକୁ ଆସିବେ ଦାରୁବ୍ରହ୍ମ। ଶ୍ରୀମନ୍ଦିର ପ୍ରଶାସନର ବ୍ୟାପକ ପ୍ରସ୍ତୁତି କରାଯାଇଛି। ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ହେବ ବାହୁଡ଼ା ପହଣ୍ଡି। ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ହେବ ଛେରାପହଁରା ନୀତି। ଅପରାହ୍ଣ ୪ଟା ମଧ୍ୟରେ ଚାରମାଳ ଫିଟା ପରେ ହେବ ରଥଟଣା।
powered by social2s

