ଭୁବନେଶ୍ୱର : ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି | ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭ୍ରାତା ଓ ଭଗିନୀ ଙ୍କ ସହ ଶ୍ରୀ ଗୁଣ୍ଡିଚା ମନ୍ଦିର ରେ ଅବସ୍ଥାନ କରିଛନ୍ତି | ଜଗତଜନନୀ ମହାଲକ୍ଷ୍ମୀଙ୍କୁ ସାଥିରେ ନ ନେଇ ଭାଇ ଭଉଣୀଙ୍କ ସହ କାଳିଆ ଠାକୁର ଆଡପମଣ୍ଡପକୁ ବିଜେ କରିଛନ୍ତି। ତେଣୁ ଦେବୀମାତା ମହାଲକ୍ଷ୍ମୀ ଶ୍ରୀ ଗୁଣ୍ଡିଚା ଯାତ୍ରାରେ ପଞ୍ଚମ ଦିନରେ ନନ୍ଦିଘୋଷ ରଥର ଗୋଟିଏ ଚକ ଭାଙ୍ଗିଛନ୍ତି | ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତିଥିରେ ମହାପ୍ରଭୁ ଆଡପମଣ୍ଡପ ରୁ ରଥାରୁଢ଼ ହୋଇ ଥାଆନ୍ତି | ପହଣ୍ଡି ବିଜେ, ଛେରା ପହଁରା କାର୍ଯ୍ୟକ୍ରମ ପରେ ତିନି ରଥ ଦକ୍ଷିଣା ମୋଡ ହୋଇ ଘର୍ଘର ନାଦରେ, ଅସହ୍ୟ ଶ୍ରଦ୍ଧାଳୁ ଙ୍କ ଗହଣରେ ଶଙ୍ଖ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ ସିଂହଦ୍ୱାର ରେ ଉପନୀତ ହେଲେ। ଶ୍ରୀଜୀଉ ଙ୍କର ପ୍ରତୀକ୍ଷା ରହିଲା ଅଧୁନା ସୁନାବେଶ ଓ ଅଧରପଣା ନୀତି ପାଇଁ। ତତ ପଶ୍ଚାତ ମହାପ୍ରଭୁ ପାରମ୍ପରିକ ରୀତିରେ ନୀଳାଦ୍ରି ବିଜେ କରିବେ | ସଂକ୍ଷେପରେ ମହୋଦଧି ରେ ସ୍ନାନ କରି ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କଲେ ମହାପୂଣ୍ୟ ପ୍ରାପ୍ତ ହୋଇଥାଏ | ପରିଶେଷରେ ମହାପ୍ରଭୁଙ୍କ ର ପତିତପାବନ ଯାତ୍ରା ଅନନ୍ତ କାଳ ପାଇଁ ଜାରି ରହିଥାଉ | ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଆବାଳ, ବୃଦ୍ଧ, ବନିତାଙ୍କୁ କଲ୍ୟାଣ କରି ଚାଲିଥାନ୍ତୁ | ସଂକ୍ଷେପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଘୋଷ ଯାତ୍ରା ଏକ ଅପୂର୍ବ ଓ ରମଣିୟ ଉତ୍ସବ ଯାହାକି ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ଙ୍କ ରାଜତ୍ବ କାଳ ରୁ ପାଳନ ହୋଇ ଆସୁ ଅଛି | ଆଜି ପାଇଁ ଏତିକି। ଜୟ ଜଗନ୍ନାଥ | ଲେଖକ : ଡାକ୍ତର ଜୀବନ କୃଷ୍ଣ ମିଶ୍ର।
ରତ୍ନବେଦୀରୁ ଜନ୍ମବେଦୀକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଯାତ୍ରା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

