ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ସୁଶାନ୍ତ ସିଂହଙ୍କ ପରଲୋକ ଘଟିଛି । ଭୁବନେଶ୍ବରରେ ରବିବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ସଦସ୍ୟଙ୍କ ଠାରୁ ସୂଚନା ମିଳିଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଭାଇ ଦୀପକ ସିଂହ ଙ୍କ ପୁଅ ଉପସ୍ଥିତ ଥିଲେ। ସ୍ୱର୍ଗତ ସିଂହ ଭଟଲି ନିର୍ବାଚନ ମଣ୍ଡଳୀରୁ ଏକାଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳର ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ସ୍ଥାନ ପାଇଥିଲେ ।
powered by social2s

