ସମ୍ମିଳିତ ପ୍ରୟାସ, ସୁନିଶ୍ଚିତ ସୁରକ୍ଷା, ସୁରକ୍ଷିତ ଓଡ଼ିଶା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଓଡ୍ରାଫ୍, ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ଦ୍ଵାରା ପ୍ରଭାବିତ ଜିଲ୍ଲାମାନଙ୍କରେ ଆବଶ୍ୟକ ଉଦ୍ଧାର ତଥା ସ୍ଥାନାନ୍ତରଣ କାର୍ଯ୍ୟ ଅବ୍ୟାହତ ରହିଛି l ରାଜ୍ୟସରକାରଙ୍କ ପକ୍ଷରୁ ନିୟମିତ ଜିଲ୍ଲାପ୍ରଶାସନ ସହ ସମନ୍ଵୟ ରକ୍ଷା କରି ଜନସାଧାରଣଙ୍କ ପ୍ରତିଟି ଅସୁବିଧା ତଥା ସମସ୍ୟାକୁ ଗୁରୁତ୍ଵର ସହ ବିଚାର କରି ତୁରନ୍ତ ସହଯୋଗ ପ୍ରଦାନ କରାଯାଉଛି l ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସ୍ଵତନ୍ତ୍ର ସହାୟତା ଆୟୁକ୍ତଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟାଳୟ ସାମ୍ପ୍ରତିକ ପରିସ୍ଥିତିର ସୁବ୍ୟବସ୍ଥିତ ମୁକାବିଲା ନିମିତ୍ତ ନିରନ୍ତର ଉଦ୍ୟମରତ ଅଛନ୍ତି l ଆମର ବିଶ୍ବାସ ଯେ, ପ୍ରଶାସନିକସ୍ତରରେ ଆମର ସମ୍ମିଳିତ ପଦକ୍ଷେପ, କ୍ଷେତ୍ରସ୍ତରରେ କାର୍ଯ୍ୟରତ ଅଧିକାରୀମାନଙ୍କର ନିଷ୍ଠାପର ଦାୟିତ୍ଵ ସମ୍ପାଦନ ଏବଂ ସମସ୍ତ ଆବଶ୍ୟକ ସମୁଚିତ ସୂଚନା ଜନସାଧାରଣଙ୍କ ନିକଟରେ ଉପଲବ୍ଧ କରାଇବାରେ ଗଣମାଧ୍ୟମର ତତ୍ପରତା ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ଦ୍ଵାରା ଆମେ ସଫଳତାର ସହ ସୁରକ୍ଷିତ ଓଡ଼ିଶା ସୁନିଶ୍ଚିତ କରିବାରେ ନିଶ୍ଚୟ ସଫଳ ହେବା l

powered by social2s