ଭଦ୍ରକ/ ଭୁବନେଶ୍ବର : ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ବର୍ତ୍ତମାନ ବନ୍ୟା ପରିସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ବନ୍ୟା ମୁକାବିଲା, ପ୍ରଭାବିତ ଅଞ୍ଚଳର ତୁରନ୍ତ ସମାଧାନ ଏବଂ କ୍ଷୟକ୍ଷତିର ଆକଳନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବୈତରଣୀ, ସାଳନ୍ଦୀ ଓ ଆଖୁଆପଦା ନଦୀର ଜଳସ୍ତର ସ୍ଥିତି,ପ୍ରଭାବିତ ଗ୍ରାମ, ବନ୍ଧ ଭଙ୍ଗା ସ୍ଥାନ, କଲଭର୍ଟ ଓ ବ୍ରିଜର ସ୍ଥିତି,ଆଶ୍ରୟ ସ୍ଥଳୀ, ମାଗଣା ରୋଷେଇ, ଶୁଷ୍କ ଖାଦ୍ୟ ଓ ପାନୀୟ ଜଳ ବିତରଣ, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ପଶୁ ଚିକିତ୍ସା, ମାଛ ଜାଆଁଳା ଓ ଗୋଖାଦ୍ୟ ଯୋଗାଣ,ଚାଷ ଜମିର କ୍ଷୟକ୍ଷତି, ରାସ୍ତା, ବିଦ୍ୟୁତ୍ ଯୋଗାଯୋଗ ପୁନଃସ୍ଥାପନ ଆଦି ବିଷୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ରାସ୍ତାରେ ତୁରନ୍ତ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବା, ଗାଈଗୋରୁଙ୍କ ପାଇଁ ଗୋଖାଦ୍ୟର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା, ବିଚ୍ଛିନ୍ନ ଅଞ୍ଚଳରେ ଶୁଷ୍କ ଖାଦ୍ୟ ଓ ପାନୀୟ ଜଳର ଶତପ୍ରତିଶତ ବିତରଣ କରିବା ,ଅତିରିକ୍ତ ଡାକ୍ତରୀ ଟିମ୍ ମୁତୟନ କରି ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଜଳବାହିତ ରୋଗର ପ୍ରାଦୁର୍ଭାବକୁ ରୋକିବା, ଜଳସମ୍ପଦ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦୁର୍ବଳ ସ୍ଥାନଗୁଡିକ ଉପରେ ତୀକ୍ଷ୍ଣ ନଜର ରଖି ତୁରନ୍ତ ମରାମତି କରିବ।, ସମସ୍ତ ବିଭାଗ ଓ ଜନପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବନ୍ୟା ପରିସ୍ଥିତିର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀ ସୀତଂଶୁ ଶେଖର ମହାପାତ୍ର ,ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥାନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶୁଭେନ୍ଦ୍ର ସାମଲ, ପୋଲିସ ଅଧୀକ୍ଷକ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକ ପୂର୍ବରୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତିହିଡି ବ୍ଲକର ବାର୍ସର ଓ ଗୋବିନ୍ଦପୁର ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ସେ ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଜିଲ୍ଲାର ବନ୍ୟା ପରିସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

