କଟକ : ପଣ୍ଡିତ ନୀଳକଣ୍ଠ ଦାସଙ୍କ ଅବଦାନ ଓଡ଼ିଶାର ଶିକ୍ଷା, ସାହିତ୍ୟ ଓ ରାଜନୀତି କ୍ଷେତ୍ରରେ ଉଲ୍ଲେଖନୀୟ । ତାଙ୍କ ପରି ସମାଜ ସଂସ୍କାରକ ଓ ଜନସେବକ ଆଜିର ସମାଜରେ ବିରଳ ବୋଲି ଓଡ଼ିଶାର ସର୍ବପ୍ରାଚୀନ ସାରସ୍ୱତ ପ୍ରତିଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଅନୁଷ୍ଠିତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୨ତମ ଜୟନ୍ତୀ ଉତ୍ସବରେ ବକ୍ତାମାନେ ମତପ୍ରକାଶ କରିଛନ୍ତି । ବୁଧବାର ପୂର୍ବାହ୍ନରେ ଅନୁଷ୍ଠାନ ପରିସରରେ ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, ପ୍ରାକ୍ତନ ଉପସଭାପତି ସଂଜିତ୍ କୁମାର ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକ ଉମାଶଙ୍କର ମିଶ୍ର, ‘ବିଭୁ ବୈଭବ’ ପତ୍ରିକା ସଂପାଦକ ଲକ୍ଷ୍ମୀ ପ୍ରସାଦ ଆଚାର୍ଯ୍ୟ, ସାରସ୍ୱତ ସଂଗଠକ ରଣଜିତ୍ ସାହୁ ପ୍ରମୁଖ ନୀଳକଣ୍ଠଙ୍କ କର୍ମମୟ ଜୀବନର ମହନୀୟତା ସଂପର୍କରେ ଆଲୋଚନା କରିଥିଲେ । ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟାଳୟ ପରିସରରେ ଥିବା ନୀଳକଣ୍ଠ ଦାସଙ୍କ ସମେତ ଅନ୍ୟ ପୂର୍ବସୂରୀମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୨ତମ ଜୟନ୍ତୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

