ଓଡ଼ିଶାର ୨୪ ଜିଲ୍ଲା ବନ୍ୟା ପ୍ରଭାବିତ: ମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଓଡ଼ିଶାର ୨୪ ଜିଲ୍ଲା ବନ୍ୟା ପାଇଁ ପ୍ରଭାବିତ ହୋଇଛି। ବନ୍ୟା ସମ୍ପର୍କୀୟ ସମୀକ୍ଷା ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ, ଆଗକୁ ବର୍ଷା ବିପଦ ରହିଛି; ୨୦୦ ମିମିରୁ ଅଧିକ ବର୍ଷା ସମ୍ଭାବନା ରହିଛି। ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ସହ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି। ୩ ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରୁ କ୍ଷୟକ୍ଷତି ରିପୋର୍ଟ ଆସିଛି। ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ଆସିନି କ୍ଷୟକ୍ଷତି ରିପୋର୍ଟ। ପାଣି ସମ୍ପୂର୍ଣ୍ଣ ଭାବେ ନିଷ୍କାସନ ହୋଇନଥିବାରୁ ଆସିନି ରିପୋର୍ଟ। ୧୦ ସହରାଞ୍ଚଳକୁ ମିଳିବ ବନ୍ୟା କ୍ଷତି ସହାୟତା ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ୩,୫୬୭ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୭ ,୨୯୭ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି।

powered by social2s