ଯୁବ ଶକ୍ତି ଆମର ମୁଖ୍ୟ ଯୋଦ୍ଧା : ମୁଖ୍ୟମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆଜି ୮୦ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ସମାରୋହ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆୟୋଜିତ ହୋଇଯାଇଛି। ଜତୀୟ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକଶିତ ଭାରତ ଗଠନରେ ଯୁବ ଶକ୍ତି ଆମର ମୁଖ୍ୟ ଯୋଦ୍ଧା। ଗତ ୧ ବର୍ଷ ଭାରତ ପାଇଁ ଥିଲା ଅତ୍ୟନ୍ତ ଘଟଣା ବହୁଳ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଠିକ ନିଷ୍ପତ୍ତି ଯୋଗୁଁ ଦେଶ ଠିକ ମାର୍ଗରେ ଚାଲିଛି। ୧୨ ବର୍ଷାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦର୍ଶୀ ନୀତି ଦେଶକୁ ବିକାଶ ପଥରେ ନେଇଛି। ସବୁଠୁ ଉଲ୍ଲେଖନୀୟ ସଫଳତା ନକ୍ସଲବାଦର ମୂଳାପୋଛ। ନକ୍ସଲବାଦର ମୂଳାପୋଛ ଯୋଗୁଁ ଓଡ଼ିଶାକୁ ଅନେକ ଫାଇଦା ମିଳିଛି ବୋଲି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମାଝୀ। ସ୍ୱାଧୀନତା ଦିବସ ପରେଡରେ ସାମିଲ ହୋଇଥିଲେ ୫୦ କଣ୍ଟିଜେଣ୍ଟ।

powered by social2s