୮୦ ତମ ସ୍ୱାଧୀନତା ଦିବସରେ "ମୋ ପରିବାର" ସମ୍ବର୍ଦ୍ଧିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଟଣୀ:(ଶୁଭେନ୍ଦ୍ର ଶତପଥୀ ): ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ରାମଚନ୍ଦ୍ରପୁର ସ୍ଥିତ ମା" ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା ସାମାଜିକ ସଂଗଠନ "ମୋ ପରିବାର"ର ସଦାସର୍ବଦା ନିଆରା କାର୍ଯ୍ୟ କରି ଚାଲିଛି l ନିଜର ନୀତି,ନିୟମ ଏବଂ ଆଦର୍ଶ ପାଇଁ ସବୁ ସ୍ଥାନରେ ସମ୍ବର୍ଦ୍ଧିତ ହେବା ସହିତ ପ୍ରସଂଶା ପାଉଛି l ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତର ରାଣୀପୁର ସ୍ଥିତ ବାପା ମା"ଙ୍କ ସେବାଶ୍ରମର ଠାରେ ୮୦ ତମ ସ୍ବାଧିନତା ଦିବସ ପାଳିତ ଅବସରରେ ଏକ କାର୍ଯ୍ୟକ୍ରମ ରେ ବହୁ ସାମାଜିକ ସଂଗଠନ ଓ ସାମାଜିକ କର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେଥିମଧ୍ୟରୁ"ମୋ ପରିବାର" ଥିଲା ଅନ୍ୟତମ l ଉକ୍ତ କାର୍ଯ୍ୟକ୍ରମରେ"ମୋ ପରିବାର"ପ୍ରତିଷ୍ଠାତା ତଥା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ l ପ୍ରଥମେ ଆଶ୍ରମ ଭିତରେ ଉପସ୍ଥିତ ଥିବା ସମସ୍ତ ବୃଦ୍ଧା ବାପା ମା'ଙ୍କ ସହିତ ବହୁତ ସମୟ ତାଙ୍କ ଦୁଃଖ ଓ ସୁଖ ବିଷୟରେ ବୁଝିବା ସହିତ କଥା ମଧ୍ୟରେ ବହୁତ ହସ ଫୁଟାଇ ପାରିଥିଲେ l ଶ୍ରୀ ଶତପଥୀ ନୀତି,ନୀୟମ ଏବଂ ଆଦର୍ଶ ବିଷୟରେ କହି ସମାଜରେ ସଂସ୍କାର ମାଧ୍ୟମରେ ପରିବର୍ତ୍ତନ ପାଇଁ ଏକ ନିଆରା ପ୍ରୟାସକୁ କିପରି ସଫଳତାରେ କାର୍ଯ୍ୟ କରିପାରିବେ ସେ ବିଷୟରେ ପ୍ରକାଶ କରିବା ସହିତ ଆଶ୍ରମର ପ୍ରତିଷ୍ଠାତା ଗୌତମ ମହାରଣା,ଆଶ୍ରମର ସଭାନେତ୍ରୀ ଜ୍ୟୋତି ମହାରଣାଙ୍କୁ ଉଚ୍ଚ ପ୍ରସଂଶା କରିଥିଲେ lଉକ୍ତ କାର୍ଯ୍ୟକ୍ରମରେ"ମୋ ପରିବାର"ର ସଦସ୍ୟା ମମତା ଦ୍ବିବେଦୀ, ଦୀପା ନାୟକ,କ୍ରୀଷ୍ଣା ମିଶ୍ର,ଭାରତୀ ସିଂ ଯୋଗ ଦେଇଥିବା "ମୋ ପରିବାର"ର ପ୍ରତିଷ୍ଠାତା ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି l

powered by social2s