କଟକ : କଟକ ପୋଲିସ ମୁଖ୍ୟାଳୟରେ ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର। ବିନୟତୋଷ ମିଶ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କଲେ ବିଦାୟୀ ଡିଜିପି ୱାଇବି ଖୁରାନିଆ। ୧୯୯୩ ବ୍ୟାଚ ବରିଷ୍ଠ ଆଇପିଇସ ଅଧିକାରୀ ବିନୟତୋଷ ମିଶ୍ର କହିଲେ ଯେ ମହତ୍ତ୍ବପୂର୍ଣ୍ଣ ଦାୟିତ୍ବକୁ ସୁଚାରୁରୂପେ ତୁଲାଇବି। ନାରୀ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ସାଇବର ଅପରାଧ ରୋକିବାକୁ ପଦକ୍ଷେପ ନିଆଯିବ। ଷ୍ଟେଟ୍ ସାଇବର ୟୁନିଟ୍ ସ୍ଥାପନ ପରେ ଅଧିକ କ୍ରିୟାଶିଳ ହେବ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଆମର ଦୃଢ଼ ପ୍ରୟାସ ରହିଛି।
powered by social2s

