ଭୁବନେଶ୍ୱର : ଶିବସେନା, ଓଡ଼ିଶା ପକ୍ଷରୁ ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଏକ ରାଜ୍ୟସ୍ତରୀୟ ବୈଠକ ଏବଂ ପ୍ରେସ ବାର୍ଭା ଅନୁଷ୍ଠିତ କରିଥିଲା । ନିମ୍ନଲିଖୂତ ବିନ୍ଦୁଗୁଡିକ ସମ୍ବନ୍ଧିତ କାର୍ଯକ୍ରମକୁ ନେଇ ବୈଠକ ଅନୁଷ୍ଠିତ କରାଯାଇଥିଲା । ସ୍ଵାଧୀନତା ଦିବସ ଉପଲକ୍ଷେ ସକଳ ୯ ଟା ସମୟରେ ରାଜ୍ୟ ସଭାପତି ରୁଦ୍ରନାରାୟଣ ଜିତ ବାବୁଙ୍କ ଦ୍ବାରା ପତାକା ଉତ୍ତୋଳନ ଏବଂ ତାଙ୍କର ନେତୃତ୍ୱରେ ପ୍ରଭାତଫେରି କରାଯାଇଥିଲା । ଶିବସେନା ଓଡ଼ିଶାର ରାଜ୍ୟ ସଭାପତି ରୁଦ୍ରନାରାୟଣ ଜିତ ବାବୁଙ୍କ ଅଧ୍ଯକ୍ଷତାରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତ୍ୟେକ ଜିଲାରୁ କର୍ମକର୍ତ୍ତା ଯୋଗ ଦେଇଥିଲେ | ବୈଠକରେ ପ୍ରତ୍ୟେକ କର୍ମକର୍ତ୍ତାମାନଙ୍କୁ ଓଡ଼ିଶାର ସହରଠାରୁ ନେଇ ଗ୍ରାମ ପର୍ଯନ୍ତ ଅସୁବିଧାର ସମ୍ମୁଖୀନ ହେଉଥିବା ନାଗରିକ ମାନଙ୍କ ପାଖକୁ ପହଞ୍ଚି ସେମାନକଂ ଯଥା ସମ୍ଭବ ସହଯୋଗ କରିବା ପାଇଁ ଉପଦେଶ ଦିଆଯାଇଥିଲା । ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ପଦ ଅନୁସରଣକରି ରାଜ୍ୟରେ ପ୍ରତ୍ୟେକ ସନାତନୀମାନଙ୍କୁ ସୁଦୃଢ କରିବା ପାଇଁ ସମସ୍ତ କର୍ମକର୍ତ୍ତା ଶପଥ କରିଥିଲେ । ରାଜ୍ୟରେ ନୂତନ ଭାବରେ ପଦଭାର ଗ୍ରହଣ କରିଥିବା ରାଜ୍ୟସ୍ତରୀୟ ଏବଂ ଜିଲ୍ଲା ସଭାପତିମାନଙ୍କୁ ସେମାନଙ୍କ ନିଯୁକ୍ତିପତ୍ର ଦେଇ ସମ୍ମାନିତ କରାଯାଇଥିଲା । କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବୈଠକର ସମାପନ କରାଯାଇଥିଲା । ବୈଠକଟି ଭ୍ରାଜ୍ୟ ସଭାପତି ରୁଦ୍ରନାରାୟଣ ଜିତ ବାବୁଙ୍କ ସଭାପତିତ୍ୱରେ ରାଜ୍ୟ ଉପସଭାପତି ରାଜେଶ କୁମାର ପଣ୍ଡା, ପ୍ରଦୀପ କୁମାର କୁଅଁର ବାବୁ, ଆଶିଷ ଅନୁପମ ବିଶ୍ବାଳ, ରାଜ୍ୟ ସାଧାରଣ ସମ୍ପାଦକ ଅନିଲ କୁମାର ମହାନ୍ତି, ରାଜ୍ୟ ସଚିବ ଶିବ ପ୍ରସାଦ ଦାଶ, ଅନିଲ କୁମାର ପରିଡା, ପ୍ରିୟବ୍ରତ ମହାପାତ୍ର, ରାଜ୍ୟ ଇଣ୍ଟେଲେକତୁଆଲ ସେଲ ମୁଖ୍ୟ ବିଶ୍ବଜିତ ପ୍ରତାପ ନନ୍ଦ, ରାଜ୍ୟ ଯୁବ ମୋର୍ଚା ସଭାପତି ନିବେଦନ ସାହୁ, ରାଜ୍ୟ କାମଗାର ମୋର୍ଚା ସଭାପତି ଶ୍ରୀମତୀ ମିନତୀ ପାତ୍ର, ରାଜ୍ୟ ମହିଳା ମୋର୍ଚା ସଚିବ ପ୍ରଭାସିନୀ ଡୁମୁରି ଏବଂ ରାଜ୍ୟ ଆଇଟି ସେଲ ମୁଖ୍ୟ ସିମାଞ୍ଚଳ ସାହୁ ମଞ୍ଚାସୀନ ହୋଇଥିଲେ ।
ଶିବସେନା ପକ୍ଷରୁ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

