ଭୁବନେଶ୍ଵର: ସଂଗଠନ,ସଂଘର୍ଷ ଓ ସୃଜନଶୀଳତାର ଅପୂର୍ବ ସମନ୍ୱୟର ଚିରପ୍ରତିଭା ଓ ପ୍ରତିଛବି ପ୍ରଭାତ ମହାନ୍ତି । ଓଡିଶା ମାଟିର ଏହି ସମର୍ପିତ ନେତା, ଶ୍ରମିକ କର୍ମଚାରୀ ଓ ଶିକ୍ଷକ ମାନଙ୍କ ହୃଦୟରେ ଯାବତ ଚନ୍ଦ୍ରାଲୋକ ଉଜ୍ଜୀବିତ ହୋଇ ରହିବେ ବୋଲି ଅଗଷ୍ଟ ପନ୍ଦର ତାରିଖରେ ଓଡିଶା ଡିପ୍ଲୋମା ଇଞ୍ଜିନିୟର ଆସୋସିଏସନ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରଭାତ ମହାନ୍ତିଙ୍କ ୭୦ତମ ଜନ୍ମ ଉତ୍ସବ ରେ ଅତିଥିମାନେ ବକ୍ତବ୍ୟ ରଖିଛନ୍ତି । ୧୯୫୭ ମସିହା ଅଗଷ୍ଟ ପନ୍ଦର ତାରିଖର ଶୁଭ ମୁହୂର୍ଭରେ ଜନ୍ମିତ ଓଡିଶାର ଅଦମନୀୟ କର୍ମଚାରୀ ଶିକ୍ଷକ ଶ୍ରମିକ ନେତା ଶ୍ରୀ ମହାନ୍ତି ଦୀର୍ଘ ୪୬ ବର୍ଷରୁ ଉଦ୍ଧ ସମୟ ଧରି ନିଜ ପରିଶ୍ରମ,ଆପୋଶହୀନ ସଂଗ୍ରାମରେ ବିଶ୍ବାସ ରଖ୍ ନିରନ୍ତର ସଂଘର୍ଷ କରି,ନାଟକ ଓ ସାହିତ୍ୟ ମାଧ୍ୟମରେ ସମାଜର କଳୁଷିତ ବ୍ୟବସ୍ଥା ବିରୁଦ୍ଧରେ ଶାଣିତ ସ୍ବର ଜାରି ରଖ୍ ଲକ୍ଷ ଲକ୍ଷ ଜନତାଙ୍କ ହୃଦୟରେ ସ୍ଥାନ ପାଇଛନ୍ତି ଓ ଚଳିତ ଦଶନ୍ଧିରେ ରାଜ୍ୟର ସର୍ବବୃହତ ତଥା ସର୍ବଶ୍ରେଷ୍ଟ କର୍ମଚାରୀଙ୍କ ହୃଦୟର ମଣିଷ ଭାବେ ନିଜକୁ ପ୍ରତିଷ୍ଠା କରି ପାରିଛନ୍ତି ବୋଲି "ପ୍ରଭାତ ମହାନ୍ତି ଜନ୍ମ ଉତ୍ସବ ସମିତି" ପକ୍ଷରୁ ଆୟୋଜିତ ସଭାରେ ବକ୍ତାମାନେ ଶ୍ରଦ୍ଧାଅର୍ପଣ କରିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ନୟାଗଡର ବିଧାୟକ ଡଃ ଅରୁଣ ସାହୁ, ମାନ୍ୟବର ବିଧାୟକ ବାବୁ ସିଂ, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ଜନ୍ମ ଉତ୍ସବ ସମିତିର ଅନ୍ୟତମ ଆୟୋଜକ ସମରେଶ ମହାନ୍ତି, ସାମାଜିକ କର୍ମୀ ବାସୁଦେବ ଭଟ୍ଟ, ମନୋଜ ଜେନା, ଅଶୋକ ପାଇକରାୟ, ସୂଚନା ଅଧିକାର ଆବାହକ ପ୍ରଦୀପ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସତିଶ ମିଶ୍ର, ଅବସରପ୍ରାପ୍ତ ବନ ଅଧିକାରୀ ଅଭୟ କୁମାର ପାଠକ, କର୍ମଚାରୀ ନେତା ମିହିର ଜେନା, ପ୍ରଶାନ୍ତ ପଟ୍ଟନାୟକ, ହାଇସ୍କୁଲ ଶିକ୍ଷକ ସଂଘ ନେତା ବିପିନ ବିହାରୀ ସାହୁ, ପ୍ରାଥମିକ ଶିକ୍ଷକ ସଂଘ ନେତା ରାଜେଶ ମହାନ୍ତି, ଯୁଧୁଷ୍ଠିର ସାହୁ, ଓଷ୍ଟାର ସମ୍ପାଦକ ରଞ୍ଜନ ଦାସ, ଓଡିଶା ଆଉଟସୋର୍ସିଙ୍ଗ ମହାସଂଘ ସଭାପତି ସଞ୍ଜୟ ପଟ୍ଟନାୟକ, ମହାସଚିବ ହେମନ୍ତ ବସ୍ତିଆ, ସମ୍ପାଦକ ମାନସ ଦାଶ,ବିଶିଷ୍ଠ କଳାକାର ତପନ ମହାନ୍ତି ଓ ଆୟୁଷ ଡାକ୍ତର ସଂଘ ସମ୍ପାଦକ ଡଃ ରବୀନ୍ଦ୍ର ସେଠୀ, ଲେଡି ମାଟ୍ରୋନ ସଂଘ ସଭାନେତ୍ରୀ ସୁଜାତା ଭୂୟାଁ, ଏମଭିଆଲ ସଂଘ ସମ୍ପାଦକ ଦୀପକ ମହାପାତ୍ର ଓ ବିଜେପିର ବରିଷ୍ଠ ନେତା ବିଜୟ ଦାଶ ପ୍ରମୁଖ ଶ୍ରୀ ମହାନ୍ତିଙ୍କ ଦୀର୍ଘ ସାଧନା ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଶିଷ୍ଟ କର୍ମଚାରୀ ନେତା ତଥା ଓଡିଶା ସରକାରୀ କର୍ମଚାରୀ ମହାସଂଘର ଅଧ୍ୟକ୍ଷ ଶ୍ରୀ ବିଜୟ ମଲ୍ଲଙ୍କ ଆବାହକତ୍ୱରେ ଓ ବିଭାଗୀୟ ମୁଖ୍ୟ ଦପ୍ତର ସେକସନ ଅଫିସର ସଂଘ ସଭାପତି ଶ୍ରୀ ସୁଧାଂଶୁ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବର୍ଷାଜ୍ୟ ଉତ୍ସବ ରେ ଶୋଷିତ ତଥା ଅସହାୟ କର୍ମଚାରୀ ମାନଙ୍କ ପ୍ରତି ଶ୍ରୀ ମହାନ୍ତିଙ୍କ ଜୀବନବ୍ୟାପି ଶ୍ରମ ସାଧନା ସଂଘର୍ଷ ଓ ସଫଳତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମିତିର ଅନ୍ୟତମଆବାହକ ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ପୂର୍ବତନ ସଭାପତି ପ୍ରଦୀପ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିଲେ ।
ପ୍ରଭାତ ମହାନ୍ତିଙ୍କ ୭୦ ତମ ଜନ୍ମ ଉତ୍ସବରେ ବିଭିନ୍ନ ନେତୃମଣ୍ଡଳୀଙ୍କ ଶ୍ରଦ୍ଧା ନିବେଦନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

