ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଡିଏଭି ପବ୍ଲିକ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆଜି ଅନୁଗୁଳ ଜିଲ୍ଲା କଳିଙ୍ଗକ୍ଷେତ୍ର ତାଳଚେର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କର୍ମ ହିଁ ଜଣେ ସଫଳତାପୂର୍ଣ୍ଣ ମହାନ ଆତ୍ମାଙ୍କୁ ଶତାୟୁ କରି ଜୀବନ୍ତର ରୂପ ଦେଇଥାଏ। ଆଜିର ଦିନରେ ଆମେ ଭାରତୀୟ ମାନେ ହୃଦୟରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ଆମର ପୂଜ୍ୟ ପରମପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ସ୍ମୃତି ଚାରଣ କରି ତାଙ୍କର ଅମର କୀର୍ତ୍ତିକୁ ମନେ ରଖି ଯୁବ ସମାଜ କୁ ତାଙ୍କ ଭଳି ଜଣେ ସଚ୍ଚୋଟ ନୀତିବାନ ଭାରତ ମାଆର ଯୋଗ୍ୟ ସନ୍ତାନ ରୂପେ ନିଜକୁ ଗଢିତୋଳିବା କୁ ଆହ୍ୱାନ ଦେବା ସହିତ, ତାଙ୍କ ବୀରତ୍ୱ ଲଢୁଆ ପଣକୁ ଆପଣେଇ ନେବା। ସେ ଥିଲେ ଏମିତି ଅଭିନ୍ନ ରାଜନୀତିଜ୍ଞ ବୀର ଯାହାଙ୍କୁ ସର୍ବଦଳୀୟ ନେତା ଭାବେ ଚୟନ କରି ଶ୍ରେଷ୍ଠ ଆସନରେ ଅଳଙ୍କୃତ କରାଯାଇଥିଲା,ଯିଏ ଶୟନ ଓ ସପନେ ହିଁ ଭାରତ ମାଆ ର ସୁରକ୍ଷା ଓ ଭାରତ ବର୍ଷର ଜନ ସମୁଦ୍ରକୁ ଉଚ୍ଚିତ ନ୍ୟାୟ ଦେକାକୁ ଦୃଢ଼ ସଂକଳ୍ପବଦ୍ଧ ଥିଲେ ବୋଲି କହିଛନ୍ତି ଶିଳ୍ପୀ ଶଶଧର ପତି। ତାଙ୍କ ପ୍ରତି ସମ୍ମାନ ତଥା ସମ୍ପୂଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜକୁ ଭାରତ ମାଆର ସେବାବ୍ରତୀ ହୋଇ, ଜଣେ ଦୃଢ଼ ମନା ଭାରତୀୟ ନାଗରିକର କର୍ତ୍ତବ୍ୟ କରିବାକୁ ଆଜିହିଁ ଶପଥ ନେବା ଉଚ୍ଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।

powered by social2s