ନମଲ ଜିୱାନାନବ୍ଦ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ନାରାୟଣ ମହାପାତ୍ର ଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

ଭୁବନେଶ୍ୱର ତା ୧୩.୫.୨୧: ନମଲ ଜିୱାନାନବ୍ଦ ଫାଉଣ୍ଡେସନ, ଶ୍ରୀଲଙ୍କା, ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ, ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ଙ୍କୁ ସମାଜ ସେବା କ୍ଷେତ୍ରରେ  ଉଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି। ପୂର୍ବରୁ ମନମ ଫାଉଣ୍ଡେସନ, ଇଣ୍ଟରନେସନାଲ ଆନ୍ଧ୍ରପ୍ରଦେଶ ଶ୍ରୀ ନାରାୟଣ ମହାପାତ୍ର ଙ୍କୁ ଓଡ଼ିଶା ଶାଖାର ଚେଆରମ୍ୟାନ ଭାବେ ନିଯୁକ୍ତି ଦେବା ସହିତ ସମାଜ ସେବା ନିମନ୍ତେ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ମଧ୍ୟ ଦେଇଥିଲେ। 

 

ଫାଉଣ୍ଡେସନ ର ପ୍ରତିଷ୍ଠାତା ଡ ନମଲ ଜିୱାନାନନ୍ଦ, ଶ୍ରୀଲଙ୍କା ଙ୍କୁ ଧନ୍ୟବାଦ ଦେବା ସହ ଏହି ସମ୍ମାନ ଆଗାମୀ ଦିନରେ ଆମକୁ ଅଧିକ ମାନବ ସେବା  କରିବା ନିମନ୍ତେ ପ୍ରେରଣା ଦେବ ବୋଲି କହିଛନ୍ତି ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର।

 

powered by social2s