ଭୁବନେଶ୍ୱର : ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅନଲାଇନ ଚାଳକଙ୍କ ବିଶୃଙ୍ଖଳାରେ ସାମିଲ ଥିବା ସମସ୍ତ ଗାଡ଼ିର ପରମିଟ୍ ବାତିଲ ହେବ। ୪୦୦ ଗାଡ଼ି ଚିହ୍ନଟ କରି ପରମିଟ୍ କ୍ୟାନସଲ୍ ପ୍ରକ୍ରିୟା ଆରମ୍ଭ କରିଛି ପରିବହନ ବିଭାଗ। କେବଳ ପରମିଟ ନୁହେଁ, ଆରସି କୁ ମଧ୍ୟ ରଦ୍ଦ କରିବ ବିଭାଗ। ଏହି ଗାଡ଼ି ଯେପରି କୌଣସି ସ୍ଥାନରେ ଚାଲି ନପାରିବ ସେନେଇ ବ୍ୟବସ୍ଥା କରାଯିବ। ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଚିନ୍ତା କରୁଛି ବିଭାଗ। ଅନୁମତି ମିଳିଲେ ରଦ୍ଦ ହେବ।
powered by social2s

